ଧାନହଣ୍ଡା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହର ଦ୍ୱିତୀୟ ସନ୍ଧ୍ୟା
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ଧାନହଣ୍ଡା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବକ୍ତା ବେଦପିୟୁଷ ପତ୍ରିକାର ସମ୍ପାଦକ ତଥା ବିଶିଷ୍ଟ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଯୋଗଦେଇ ପିଲାଙ୍କ ଜୀବନ ନିର୍ମାଣ ପାଇଁ ନୈତିକ, ଆଧ୍ୟାତ୍ମିକ ଓ ସଂସ୍କାର ମୂଳକ ଶିକ୍ଷା ଜରୁରୀ ବୋଲି କହିଥିଲେ । ମୁଖ୍ୟଅତିଥି ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାର, ସମ୍ମାନୀତ ଅତିଥି ବରିଷ୍ଠ ଖବରଦାତା ତଥା ସମାଜସେବୀ ସତ୍ୟଶିବ ଦାସ ଓ ଡ. ବିଜୟ କୁମାର ବେହେରା ଯୋଗ ଦେଇଥିଲେ ।
ପ୍ରାକ୍ତନ ଛାତ୍ର ଦୀନକୃଷ୍ଣ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ । ରଜତ ଜୟନ୍ତୀ ସମିତିର ସଭାପତି ଅନନ୍ତ କୁମାର ଚାନ୍ଦ ଉତ୍ସବରେ ପୌରହିତ୍ୟ କରିଥିଲେ । ପ୍ରଧାନ ଶିକ୍ଷକ ପଶୁପତି ବାରିକ ସ୍ୱାଗତ ଭାଷଣ ଦେଇଥିଲେ । ଅତିଥିଙ୍କ ଦ୍ୱାରା ବିଦ୍ୟାଳୟର ସ୍ମରଣିକା ରୌପ୍ୟରୂପ ଉନ୍ମୋଚିତ ହୋଇଥିଲା । ସମିତିର ସମ୍ପାଦକ ରାଜେଶ କୁମାର ବେହେରା ଅତିଥି ପରିଚୟ ଓ ସହକାରୀ ଶିକ୍ଷକ ପର୍ଶୁରାମ ଗିରି ବିବରଣୀ ପାଠ କରିଥିଲେ । ପ୍ରାକ୍ତନ ଛାତ୍ର ଆଲୋକ ଜ୍ୟୋତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯୋଗ ଶିକ୍ଷା, ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର, ବନ୍ଧୁମିଳନ ପର୍ବ ଆୟୋଜନ ହୋଇଥିଲା । ଶେଷରେ ଛାତ୍ରୀଛାତ୍ରୀଙ୍କ ଦ୍ୱରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
