ଅରଡ଼ବଜାର ପ୍ରିମିୟର ଲିଗ୍ ସିଜନ୍-୫ର ଉଦ୍ଘାଟନ
ବାଲେଶ୍ୱର : ବାଲେଶ୍ୱର ସହର ଅରଡ଼ବଜାର ପ୍ରିମିୟର ଲିଗ୍ ସିଜନ୍-୫ ଉଦ୍ଘାଟିତ । ଏହି ଟୁର୍ଣ୍ଣାମେଣ୍ଟ ୭ଦିନ ଧରି ଆୟୋଜିତ ହେବାକୁ ଥିବାବେଳେ ୮ ଟିମ୍ ଭାଗ ନେଇଛନ୍ତି । ଆସନ୍ତା ୨୨ ତାରିଖ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।
ଉଦ୍ଘାଟନୀ ଉତ୍ସବରେ ଅରବାନ ବ୍ୟାଙ୍କର ସଭାପତି ସୂର୍ଯ୍ୟକାନ୍ତ କର ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା ଯୋଗଦେଇ କ୍ରୀଡ଼ା କେବଳ ଶରୀରକୁ ସୁସ୍ଥ ରଖେନି, ସମାଜକୁ ମଧ୍ୟ ସୁସ୍ଥ ରଖିଥାଏ । ବାଣ୍ଟିଥାଏ ମୈତ୍ରୀ, ପ୍ରୀତି ଆଉ ଭାଇଚାରା ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବରେ ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷା ସବିତା ସାହୁ, ପୂର୍ବତନ ପୌର ଅଧ୍ୟକ୍ଷ ଆଲୋକ ସାହୁ, ଯୁବନେତା ବିକ୍ରମ ପଣ୍ଡା, ଛାତ୍ର ନେତା ସିମନ ଦାସମହାପାତ୍ର, ଭାଗବତ ସାହୁ, ମଇନୁଲ ଇସଲାମ, ପ୍ରବୀର ଦାଶ, ବିକାଶ ପାଢ଼ୀ ଉପସ୍ଥିତ ଥିଲେ । ସମସ୍ତ ଅତିଥିଙ୍କୁ ୩୧ନଂ. ୱାର୍ଡ଼ କାଉନ୍ସିଲର ରଞ୍ଜିତା ମହାପାତ୍ର ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଟ୍ରାଫିକ ଇନ୍ସପେକ୍ଟର ପ୍ରଜ୍ଞା ମହାନ୍ତିଙ୍କୁ ମୁଖ୍ୟଅତିଥି ଇଂ. ଜେନା ସମ୍ବର୍ଦ୍ଧିତ କରିଥିଲେ । ଅରଡ଼ବଜାର ଖେଳ କମିଟିର ସଭାପତି ଜମାଲ ଖାନ୍, ସମ୍ପାଦକ ସେକ୍ ରାଜୁ ଏବଂ କମିଟିର ସଦସ୍ୟ ପରିତୋଷ ସାହା, ଏମ୍ଡି ଜୋଏବ୍, ବାବୁ ମହାପାତ୍ର ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
