ମାଣିଖମ୍ବ କ୍ରୀଡ଼ା ସଂଘ ପକ୍ଷରୁ କ୍ରୀଡ଼ା ପ୍ରତିଯୋଗିତା
ବାଲେଶ୍ୱର: ବାଲେଶ୍ୱର ସହର ସ୍ଥିତ ମାଣିଖମ୍ବ କ୍ରୀଡ଼ା ସଂଘ ପକ୍ଷରୁ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରତିଯୋଗୀତାରେ ସମସ୍ତ ବୟସର ପ୍ରାୟ ୨ହଜାରରୁ ଅଧିକ ଅଞ୍ଚଳବାସୀ ଭାଗ ନେଇଥିଲେ । ସମସ୍ତ ବୟସର ମହିଳା ଓ ପୁରୁଷଙ୍କୁ ନେଇ ଦୌଡ଼ ପ୍ରତିଯୋଗିତା, ୧୨ବର୍ଷରୁ କମ ବାଳକ ଓ ବାଳିକାଙ୍କୁ ନେଇ ଧୀର ସାଇକେଲ ଚାଳନା, ମ୍ୟାଥ ରେସ, ପଟାଟୋ ରେସ, ସ୍କିପିଙ୍ଗ, ମ୍ୟୁଜିକ ଚେୟାର, ସର୍ଟ ପୁଟ ଥ୍ରୋ ଭଳି ଅନେକ କ୍ରୀଡ଼ା ପ୍ରତିଯୋଗୀତାର ଆୟୋଜିତ ହୋଇଥିଲା ।
ବାଲେଶ୍ୱର ମାଟିର ଗର୍ବ, ଓଡ଼ିଆ ଭାଷା ସାହିତ୍ୟର ଯୁଗାନ୍ତକାରୀ ପୁରୁଷ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ସମାରୋହରେ ସାଂସ୍କୃତିକ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସମ୍ପାଦକ ମନୋଜ କୁମାର ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା, ଅନ୍ୟତମ ଅତିଥି ଭାବେ ସ୍ଥାନୀୟ କାଉନ୍ସିଲର ପଦ୍ମଲୋଚନ ଲେଙ୍କା, ପୂର୍ବତନ କାଉନ୍ସିଲର ଭାଗବତ ସାହୁ, ସୌମ୍ୟରଞ୍ଜନ ଯାଦବ, ଶିବଦାସ କୁଣ୍ଡୁ, ବିକ୍ରମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟତମ ପ୍ରତିଯୋଗୀତା ଭାବେ ଫ୍ୟାନସି ଡ୍ରେସ ପ୍ରତିଯୋଗିତାରେ ଅଞ୍ଚଳର ଆରାଧ୍ୟା ପ୍ରଧାନ ପୁରସ୍କୃତ ହୋଇଥିବା ବେଳେ, ମୋନାଲିସା ପ୍ରଧାନ ମିସ ବାଲେଶ୍ୱରର ଟାଇଟେଲ ହାତେଇଥିଲେ ।
