୨୦ ତମ ମକର ମିଳନ ଉତ୍ସବ ଉଦ୍ଯାପିତ
ରୂପସା : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ସିଂଲା ବଂଶୀଧର ପାଠାଗାର ଓ ପଠନ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ୨୦ ତମ ମକର ମିଳନ ଉତ୍ସବ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରାମକୃଷ୍ଣ ଶୁକ୍ଳ ଉତ୍ସବରେ ସଭାପତିତ୍ୱ କରିଥିଲେ । ସର୍ବଭାରତୀୟ ଶିକ୍ଷକ ସଂଘର ଉପ-ସଭାପତି ଇନ୍ଦୁ ମାଧବ ମହାନ୍ତି ଉତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ପୂର୍ବତନ ଏମ୍ପି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଯୋଗଦେଇ ଥିଲେ । ମୁଖ୍ୟବକ୍ତା ଲଟାଜୁରୀ ସଂସ୍କୃତ ମହାବିଧ୍ୟାଳୟର ଅଧ୍ୟକ୍ଷ ପ୍ରିୟବ୍ରତ ପଣ୍ଡା, ସମ୍ମାନିତ ଅତିଥି ଯୋଗାଚାର୍ଯ୍ୟ ବଂଶୀଧର ମିଶ୍ର ଓ ଅନୁଷ୍ଠାନର ସ୍ଥାୟୀ ସଭାପତି ବିଜୟ କୁମାର କର ଯୋଗଦେଇଥିଲେ ।
ସମ୍ପାଦକୀୟ ବିବରଣୀ ପାଠାଗାରର ପ୍ରତିଷ୍ଠାତା ବ୍ରଜ ମୋହନ ମିଶ୍ର ପାଠ କରିଥିଲେ । ଅନୁଷ୍ଠାନ ତରଫରୁ ପ୍ରକାଶିତ ସାହିତ୍ୟ ପତ୍ରିକା ବଂଶୀସ୍ୱନ କୁ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଉନ୍ମୋଚନ କରିଥିଲେ । ଏହି ଅବସରରେ ପ୍ରଶାନ୍ତ କୁମାର ଦାସ ଓ ଅର୍ଦ୍ଧେନ୍ଦୁ ଶେଖର ପାଣିଗ୍ରାହୀଙ୍କ ସଂଯୋଜନାରେ ମିନତୀ ଦେବୀ ପଣ୍ଡାଙ୍କୁ ଶରତ ଚନ୍ଦ୍ର କର ସ୍ମାରକୀ ବାଣୀଶ୍ରୀ ସମ୍ମାନ, ଗଣେଶ ପାଢ଼ୀଙ୍କୁ ଶରଧା ଗଣେଶ ସ୍ମାରକୀ ସେବାଶ୍ରୀ ସମ୍ମାନ, ପଦ୍ମଲୋଚନ ପାତ୍ରଙ୍କୁ ପ୍ରଶାନ୍ତ କୁମାର ମହାନ୍ତି ଅନୁଷ୍ଠାନ ଶ୍ରୀ ସମ୍ମାନ ଏବଂ ଉମାକାନ୍ତ ପାତ୍ରଙ୍କୁ ଉର୍ବଶୀ ଶ୍ରୀଧର ଜେନା ସ୍ମାରକୀ ନାଟ୍ୟ ଶ୍ରୀ ସମ୍ମାନରେ ଅତିଥିମାନେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଲଷ୍ମୀପ୍ରିୟା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରାକ୍ତନ ଶିକ୍ଷକ ରମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଡା. ପ୍ରଦୀପ କୁମାର ମିଶ୍ର ଓ କବି ବିଜୟ କୁମାର ନନ୍ଦଙ୍କ ମିଳିତ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।
