ଗାଁକୁ ନାହିଁ ରାସ୍ତା ! ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ
ବସ୍ତା : ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତ ଗମ୍ଭାରିଆ ଗ୍ରାମରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ରୋଗୀର ଘର ପାଖରେ ନ ପହଞ୍ôଚବାରୁ ଖଟିଆରେ ରୋଗୀ ବୁହା ଯିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ମଳିଥିବା ସୂଚନା ଅନୁସାରେ ଗ୍ରାମର ଧିରେନ ମହାନ୍ତିଙ୍କର ଝିଅ କୁନି ମକର ପାଇଁ ବାପଘରକୁ ଆସିଥିଲା ବେଳେ ରବିବାର ହଠାତ୍ ତାର ଦେହ ଖରାପ ହେବାରୁ ପରିବାର ଲୋକେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ୧୦୮ଆମ୍ବୁଲାନ୍ସକୁ ଖବର ଦେଇ ଥିଲେ । ଆମ୍ବୁଲାନ୍ସ ଆସିଥିଲା, ମାତ୍ର ଭଲ ରାସ୍ତାଟିଏ ନ ଥିବାରୁ ଆମ୍ବୁଲାନ୍ସ ଅଧକିଲୋମିଟର ଦୂରରେ ଅଟକି ରହିଥିଲା । ଶେଷରେ ପରିବାର ଲୋକେ ଗାଁ ଲୋକ ସହାୟତାରେ ଦଉଡି଼ଆରେ କୁନିକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇ ୨ଘଣ୍ଟା ବିଳମ୍ବରେ ବସ୍ତା ହସ୍ପିଟାଲ ନେଇଥିଲେ । ଏହି ଗାଁକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତାଟିଏ ନିର୍ମାଣ ହେଉ ନାହିଁ ଫଳରେ ଲୋକମାନେ ଯାଆସର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମରେ ଏହି ଘଟଣା ପ୍ରଥମ ନୁହେଁ ପୂର୍ବରୁ ବର୍ଷା ଦିନେ ମଧ୍ୟ ଏଭଳି ଘଟଣା ଘଟିଥିଲା । ରୋଗୀକୁ ଆଣ୍ଠୁଏ ପାଣିରେ ଖଟିଆରେ ରୋଗୀକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନିଆଯାଇଥିଲା ।
