ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ନାଲକୋ ଏମ୍ପ୍ଲଇଜ ସେଣ୍ଟ୍ରାଲ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଡକାଯାଇ କାର୍ମଚାରୀଙ୍କ ସୁବିଧା ଅସୁବିଧା ଏବଂ ସଂଗଠନର ଆଗାମୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା । ପୂର୍ବତନ ସମ୍ପାଦକ ବିଶ୍ୱ କଲ୍ୟାଣ ମିଶ୍ର ପଦୋନ୍ନତି ପାଇ ଏସ ଏଣ୍ଡ ପିରେ ସ୍ଥାପିତ ହୋଇଥିବାରୁ କର୍ପୋରେଟ ସିଷ୍ଟମ ବିଭାଗର ବୈକୁଣ୍ଠ ପ୍ରସାଦ ଦାସଙ୍କୁ ସର୍ବସମ୍ମତିକ୍ରମେ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ସର୍ବଶ୍ରୀ ଅଶୋକ କୁମାର ଦାସ, ଉପସଭାପତି ଦେବଦତ୍ତ ପଣ୍ଡା, ସହସମ୍ପ।।ଦକ ସୁଶୀଲ ନାୟକ ଓ କୋଷାଧ୍ୟକ୍ଷ ଭାବେ ଅସିତ କାମିଲା ମନୋନୀତ ହୋଇଥିବା ଜଣାପଡ଼ିଛି ।
