ଫ୍ରଡ ୱେବସାଇଟ କରି ଚାକିରୀ ଦେବା ନାମରେ ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଆଇଟି ଇଞ୍ଜିନିୟର ଗିରଫ
ଭୁବନେଶ୍ୱର : ଫ୍ରଡ ୱେବସାଇଟ କରି ଚାକିରୀ ଦେବା ନାମରେ ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଆଇଟି ଇଞ୍ଜିନିୟର ଗିରଫ ହୋଇଛି । କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଅଭିଯୁକ୍ତ ଅର୍ପିତା ପଂଚଲକୁ ମଧ୍ୟପ୍ରଦେଶରୁ ଗିରଫ କରି ଟ୍ରାଂଜିଟ ରିମାଣ୍ଡରେ ଆଣିଛି । ଅଭିଯୁକ୍ତ ନାଁରେ ଅନେକ ରାଜ୍ୟରେ ଥିବା ଠକ ଏଜେଣ୍ଟଙ୍କ ଜରିଆରେ ଷଡ଼ଯନ୍ତ୍ର ରଚି ପାଖାପାଖି ୫୦ହଜାରରୁ ଅଧିକ ଯୁବକଯୁବତୀଙ୍କୁ ଚାକିରି ଦେବା ନାଁ ରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ସେ ଉତ୍ତର ପ୍ରଦେଶର ଆଲିଗଡ଼ ଅଂଚଳରେ ବିଶେଷଜ୍ଞମାନଙ୍କ ଜରିଆରେ ଫେକ ୱେବ ସାଇଟ ତିଆରି କରିଥିଲା । ଗିରଫ ଅଭିଯୁକ୍ତ ୱେବ ସାଇଟ ଡିଜାଇନ କରିବା ସହ ଏକ ପ୍ରାଇଭେଟ ଏଜେନ୍ସିରେ କାମ କରୁଥିଲା । ୪ଟି ୱେବ ସାଇଟ ଖୋଲି କମ୍ପୁଟରରୁ ଅପରେଟ କରୁଥିଲା ନିଜେ । ପୂର୍ବରୁ ଗିରଫ ହୋଇଥିବା ଜାଫର ଅହମ୍ମଦ ସରକାରୀ ୱେବ ସାଇଟ ଭଳି ଦେଖା ଯାଉଥିବା ୯ଟି ୱେବ ସାଇଟ ଖୋଲି ଲୋକଙ୍କୁ ଚାକିରି ଦେବା ନାଁ ରେ ଲୁଟିଥିଲା ।
