ଶୀତଳା ମାତା ମନ୍ଦିର ଯାଇ ଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଦକ୍ଷିଣ ୨୪ ପରଗନା ସ୍ଥିତ ଶୀତଳା ମାତାଙ୍କ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ଶ୍ରୀ ପ୍ରଧାନ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦକ୍ଷିଣ ୨୪ ପରଗନା ସ୍ଥିତ ପ୍ରସିଦ୍ଧ ମା ଶୀତଳା ମନ୍ଦିର ଯାଇ ମାଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସୌଭାଗ୍ୟ ମିଳିଲା । ମାତା ଶୀତଳା ସମସ୍ତଙକୁ ସୁଖ, ସମୃଦ୍ଧି ଓ ସ୍ୱାସ୍ଥ୍ୟର ବରଦାନ ଦିଅନ୍ତୁ ।
