ଶରଦ ଯାଦବଙ୍କ ବିୟୋଗରେ ଜିଲ୍ଲା ଓବିସି ମଞ୍ଚର ଶ୍ରଦ୍ଧାଞ୍ଜଳି
ବାରିପଦା : ସାମାଜିକ ନ୍ୟାୟ ଆନ୍ଦୋଳନର ଅନ୍ୟତମ ସାରଥି ଶରଦ ଯାଦବଙ୍କ ବିୟୋଗରେ ମୟୂରଭଂଜ ଅନ୍ଯାନ୍ୟ ପଛୁଆ ବର୍ଗ (ଓବିସି) ମଂଚ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଜିଲ୍ଲା ସଭାପତି ଆଡଭୋକେଟ ଅବନୀ କୁମାର ମହାନ୍ତ, ରାଜ୍ୟ ଉପସଭାପତି ଅଧ୍ୟାପକ ଗୋପବନ୍ଧୁ ଓ ଜିଲ୍ଲା ସାଂଗଠନିକ ସମ୍ପାଦକ ଶ୍ରୀ ରବିନ୍ କୁମାର ଦଣ୍ଡପାଟ ଏକ ମିଳିତ ବିବୃତିରେ ତାଙ୍କୁ ଜଣେ ପ୍ରବୀଣ ସମାଜବାଦୀ ରାଜନୀତିଜ୍ଞ ଓ ସାମାଜିକ ସମତା ଆନ୍ଦୋଳନର ଆଗ ଧାଡିର ନେତାଭାବେ ଅଭିହିତ କରିଛନ୍ତି । ତତକାଳୀନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱନାଥ ପ୍ରତାପ ସିଂଙ୍କ ଘନିଷ୍ଟ ସହଯୋଗୀ ଓ ମଣ୍ଡଳ କମିଶନ ରିପୋର୍ଟର କାର୍ଯ୍ୟକାରିତା ପାଇଁ ତାଙ୍କୁ ଦୃଢ଼ ସମର୍ଥନ ଅବିସ୍ମରଣୀୟ ହୋଇରହିବ । ତାଙ୍କ ଦେହାନ୍ତ ସାମାଜିକ ନ୍ୟାୟ ଆନ୍ଦୋଳନ ପ୍ରତି ଶକ୍ତ ଆଘାତ ବୋଲି କହିଛନ୍ତି ।
