ପାଲଟପୁର ଓ କୁଆଁରପୁର ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ
ଯାଜପୁର : ଦଶରଥପୁର ବ୍ଲକ୍ ପାଲଟପୁର ପ୍ରାଥମିକ କୃଷି ସମବାୟ ସମିତି ଓ କୁଆଁରପୁର ପ୍ରାଥମିକ କୃଷି ସମବାୟ ସମିତିରେ ଧାନମଣ୍ଡିର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ପାଲଟପୁର ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଧାନମଣ୍ଡିର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯାଜପୁର ଏ.ଆର.ସି.ଏସ୍ ଶରତ ଚନ୍ଦ୍ର ମଲ୍ଲିକ ଯୋଗଦେଇ ନଡ଼ିଆ ବାଡ଼େଇ ଏହି ମଣ୍ଡିକୁ ଶୁଭ ଉଦ୍ଘାଟନ କରିଥିଲେ । ସମିତି ସମ୍ପାଦକ ରଞ୍ଜନ କୁମାର ପତ୍ରୀଙ୍କ ତତ୍ତ୍ୱାବଧାନରେ ଖୋଲିଥିବା ଏହି ମଣ୍ଡି ଉଦ୍ଘାଟନ ଉତ୍ସବରେ ଅନ୍ୟତମ ଅତିଥିଭାବେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, କଟକ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ବୋର୍ଡ଼ ଡାଇରେକ୍ଟର କେଶବ ଚନ୍ଦ୍ର ସେଠୀ, ଦଶରଥପୁର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ପ୍ରଶାନ୍ତ କୁମାର ମଲ୍ଲିକ, ସହକାରୀ ଏ.ଆର.ସି.ଏସ୍ ନିବେଦିତା ସାମଲ, ଜାଫରପୁର ସରପଞ୍ଚ ସୁରେନ୍ଦ୍ର କୁମାର ବେହୁରିଆ, ସମିତି ସଭ୍ୟ ଶୈରେନ୍ଦ୍ର ସାମଲ, ପାଲଟପୁର ସରପଞ୍ଚ ଲିପିକା ମଲ୍ଲିକ, ସମିତି ସଭ୍ୟ ଧୀରେନ୍ଦ୍ର ମଲ୍ଲିକ, ସମବାୟ ସମିତି ସଭାପତି ଅଶ୍ୱିନୀ କୁମାର ନାୟକ, ବିରିପଟା ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ନାୟକ, ପୂର୍ବତନ ସରପଞ୍ଚ ମନୋରଞ୍ଜନ ଦାସ, ପୂର୍ବତନ ସମିତି ସଭ୍ୟ ମନୋଜ କୁମାର ଧଳ, ଜାଫରପୁର ପୂର୍ବତନ ସମିତି ସଭ୍ୟଙ୍କ ପ୍ରତିନିଧି ମହେଶ୍ୱର ଜେନା, ପାଲଟପୁର ପୂର୍ବତନ ସମିତି ସଭ୍ୟାଙ୍କ ପ୍ରତିନିଧି ପାଗଳା କର, ଯୁବନେତା ତଥା ସମିତି ପରିଚାଳନା ପରିଷଦ ସଭ୍ୟ ସରୋଜ ବିଶ୍ୱାଳ, ଏ.ଆର.ସି.ଏସ୍. ଆଡ଼ମିନିଷ୍ଟ୍ରେଟର ମଣିରଞ୍ଜନ ମିଶ୍ର, ଯୁବନେତା ଚିନ୍ମୟ କୁମାର ମାହୁନ୍ତ ପ୍ରମୁଖ ଯୋଗଦେଇଥିଲେ । ସମିତି କର୍ମଚାରୀମାନେ ଏହି ମଣ୍ଡି ଉଦ୍ଘାଟନ ଉତ୍ସବରେ ସହଯୋଗ କରିଥିଲେ । ସେହିପରି କୁଆଁରପୁର ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ନଡ଼ିଆ ବାଡ଼େଇ ଏହି ମଣ୍ଡିର ଶୁଭାରମ୍ଭ କରିଛନ୍ତି । ସମିତି ସମ୍ପାଦକ ଭାଗ୍ୟଧର ମଲ୍ଲିକଙ୍କ ପରିଚାଳନାରେ ଆରମ୍ଭ ହୋଇଥିବା ଏହି ମଣ୍ଡିର ଶୁଭ ଉଦ୍ଘାଟନ ଉତ୍ସବରେ ଅନ୍ୟତମ ଅତିଥିଭାବେ ଏ.ଆର.ସି.ଏସ୍ ଶରତ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ମନସ୍ୱିନୀ ଦାସ, ସମାଜସେବୀ ତଥା ପୂର୍ବତନ ସମିତି ସଭ୍ୟ ଜୟନ୍ତ କୁମାର ନାୟକ, ଚମ୍ପେଇପାଳ ସରପଞ୍ଚ ହିମାଂଶୁ କୁମାର ନାୟକ, ସମିତି ସଭ୍ୟ ବିଜୟ ନାୟକ, ସମବାୟ ସମିତି ସଭାପତି ରମେଶ ଦାସ, ଇଜାପୁର ସରପଞ୍ଚଙ୍କ ପ୍ରତିନିଧି ଅମୀୟ କୁମାର ଜେନା, ଦଶରଥପୁର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ପ୍ରଶାନ୍ତ କୁମାର ମଲ୍ଲିକ, ପୂର୍ବତନ ସଭାପତି ଅନନ୍ତ କିଶୋର ସାହୁ, ଏ.ଆର.ସି.ଏସ୍ ଅଫିସ୍ ଆଡ଼ମିନିଷ୍ଟ୍ରେଟର ମଣିରଞ୍ଜନ ମିଶ୍ର, କଟକ ସମବାୟ ବ୍ୟାଙ୍କ ପରିଚାଳନା ସଭ୍ୟ କେଶବ ଚନ୍ଦ୍ର ସେଠୀ, ଅକରପଡ଼ା ସମବାୟ ସମିତି ସଭାପତି ଲକ୍ଷ୍ମୀନାରାୟଣ ସୁନ୍ଦରରାୟ, କଟିକଟା ସମବାୟ ସମିତି ସଭାପତି ନାରାୟଣ ଚନ୍ଦ୍ର ସାହୁ, ପଞ୍ଚାୟତ ବିଜେଡ଼ି ସଭାପତି ସୁଶୀଲ ମହାନ୍ତି, ଯୁବ ବିଜେଡ଼ି ସଭାପତି ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ ।
