ରାମଲକ୍ଷ୍ମଣ ଉଚ୍ଚ ବିଦ୍ୟାପିଠର ବାର୍ଷିକ ଉତ୍ସବ ଉଦ୍ଯାପିତ
ଯାଜପୁର : ଦଶରଥପୁର ଶିକ୍ଷା ମଣ୍ଡଳ ଖଣ୍ଡରାସ୍ଥିତ ରାମଲକ୍ଷ୍ମଣ ସରକାରୀ ଉଚ୍ଚ ବିଦ୍ୟାପୀଠର ୪୫ତମ ବାର୍ଷିକ ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ ମୁଖ୍ୟଅତିଥିଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପାଠପଢ଼ି ଭଲ ମଣିଷ ହେବା ସହିତ ରାଷ୍ଟ୍ର ନିର୍ମାଣରେ ନିଜର ଅବଦାନ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଶ୍ରୀ ଦାସ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସେହିପରି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୋନାଲି ପଣ୍ଡାଙ୍କୁ ଶିକ୍ଷାବର୍ଷର ଶ୍ରେଷ୍ଠ ବିଦ୍ୟାର୍ଥିଭାବେ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ନିରଞ୍ଜନ ପଣ୍ଡା ସମସ୍ତ ଅତିଥିମାନଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ । ସମ୍ମାନିତ ଅତିଥିଭାବେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଅନ୍ନଦାପ୍ରସାଦ ରଣା, ସରପଞ୍ଚ କୁଞ୍ଜବିହାରୀ ଦାସ, ସମିତିସଭ୍ୟ ରମାକାନ୍ତ ସେଠୀ, ଚିତ୍ତରଂଜନ ସାହୁ, ଅବସରପ୍ରାପ୍ତ ଶିକ୍ଷାବିତ୍ ଦେବଦିବାକର ବିହାରା,ଅରୁଣ ବେହେରା, ଚନ୍ଦ୍ରମଣୀ ପଣ୍ଡା, ଆନନ୍ଦ ମହଲ, ରୁଦ୍ରନାରାୟଣ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନାଦି ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମର ଶେଷ ଭାଗରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଶା ସେବନ ସଚେତନତାକୁ ନେଇ ସାବଧାନ ଜନତା ନାମରେ ଏକ ନାଟକ ପରିବେଷଣ କରିଥିôବା ବେଳେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ବହୁ ସଂଖ୍ୟାରେ ପୁରାତନ ଛାତ୍ର, ଅଭିଭାବକ, ମୋ ସ୍କୁଲ ଅଭିଯାନ ସଦସ୍ୟ ଓ ଗ୍ରାମବାସୀ ଯୋଗ ଦେଇଥିଲେ ।
