୩.୧ ଗ୍ରାମ ବ୍ରାଉନ ସୁଗାର ଜବତ , ୨ ଗିରଫ
କୋରେଇ : ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ପାଣିକୋଇଲି ପୁଲିସ ଓ ସ୍ପେଶାଲ ସ୍ୱାର୍ଡ ସହଯୋଗରେ ୧୬ ନମ୍ବର ଜାତୀୟ ରାଜପଥ କଡ ମହିନ୍ଦ୍ରା ସୋରୁମ ନିକଟରୁ ବ୍ରାଉନ ସୁଗାର ଜବତ ହେବା ସହ ଏହି ମାମଲାରେ ୨ ଜଣଙ୍କୁ ଅଦାଲତ ଚାଲାଣ କରାଯାଇଛି । ପ୍ରକାଶଯେ ରାଜପଥ କଡ ଦୋକାନରେ ବ୍ରାଉନସୁଗାର ବିକ୍ରି ଖବର ପାଇ ପୁଲିସ ଓ ସ୍ପେଶାଲ ସ୍ୱାର୍ଡ ମିଳିତ ଚଢାଉ କରିଥିଲା । ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁହାଁ ବେଙ୍ଗମାଧବପୁର ଗ୍ରାମର କେଶବ ପଣ୍ଡାଙ୍କ ପୁଅ ଅଭିମନ୍ୟୁ ପଣ୍ଡା (୪୭) ଏକ ଦୋକାନ କରିଛନ୍ତି । ସେ ଭଦ୍ରକରୁ ବ୍ରାଉନ ସୁଗାର ଆଣି ସ୍ଥାନୀୟ ଅଂଚଳରେ ବିକ୍ରି କରନ୍ତି । ପୁଲିସ ଅଭିମନ୍ୟୁ ପଣ୍ଡାଙ୍କ ଦୋକାନରେ ଚଢାଉ କରି ଏକ ବ୍ରାଉନ ସୁଗାର ଜରି ପ୍ୟାକେଟ ଜବତ କରିଥିଲା । ତା ମଧ୍ୟରୁ ୩.୧ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଅଭିମନ୍ୟୁକୁ ଥାନାକୁ ଆଣିଥିଲା । ଏନେଇ ଏକ ମାମଲା ୬/୨୩ ରୁଜ୍ଜୁ କରାଯିବା ପରେ ଭଦ୍ରକ ଯାଇ ବେପାରୀ ଭଦ୍ରକ ପୁରୁଣାବଜାର ଥାନା ଅନ୍ତଗତ କୁଆଁସରୁ ସେକ ଲାଲୁଙ୍କ ପୁଅ ଏକେ ରିଆଜ (୨୭)କୁ ଗିରଫ କରଇଥିଲା । ଆଜି ରିଆଜ ଓ ଅଭିମନ୍ୟୁଙ୍କୁ ଦଫା ୨୧(ଏ)/୨୯ ଏନଡିପିସି ଆକ୍ଟରେ ଅଦାଲତ ଚାଲାଣ କରିଛି ।
