ଭିତରକନିକାରେ ଚଳିତବର୍ଷ ୯ଟି କୁମ୍ଭୀର ବୃଦ୍ଧି
ପଟ୍ଟାମୁଣ୍ଡାଇ : ଭିତରକନିକାରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା। ଚଳିତ ବର୍ଷ ଭିତରକନିକାରେ ୧୭୯୩ଟି କୁମ୍ଭୀର ଥିବା ଜଣାପଡ଼ିଛି । ଏଥିମଧ୍ୟରେ ୨୨ଟି ଧଳା କୁମ୍ଭୀର ରହିଛନ୍ତି । ଗତବର୍ଷ ଭିତରକନିକାରେ ୧୭୮୪ଟି କୁମ୍ଭୀର ଥିବା ବେଳେ ଚଳିତବର୍ଷ ୯ଟି କୁମ୍ଭୀର ବୃଦ୍ଧି ହୋଇଛନ୍ତି । କୁମ୍ଭୀର ଗଣନା ଶେଷ ହେଲା ପରେ ଏହା ଜଣାପଡିଛି। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଅଧୀର କୁମାର ବେହେରା ସୂଚନା ଦେଇଛନ୍ତି ।
ସୂଚନା ଯେ, ଚଳିତ ବର୍ଷ ମଧ୍ୟ ଜାନୁଆରୀ ୪ ତାରିଖରୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। କୁମ୍ଭୀର ଗଣନାରେ ବନବିଭାଗର ୨୨ଟି ଟିମ୍ ନିୟୋଜିତ ହୋଇଥିଲେ। ଏହି ଟିମ୍ ଭିତରକନିକାର ନଦୀ ନାଳରେ ଥିବା କୁମ୍ଭୀରମାନଙ୍କ ଗଣନା କରିଥିଲେ।
