କୁଡୁମୁଲୁଗୁମ୍ମା ଡିଗ୍ରୀ ମହା ବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ
ମାଲକାନଗିରି : କୁଡୁମୁଲୁଗୁମ୍ମା ଡାରଉଇନ୍ ମେମୋରିଆଲ ଡ଼ିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଆଜି ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅଥିତି ଭାବେ ଭଗବାନ ସାହୁ ଯୋଗଦାନ କରି ସ୍ୱାମୀ ବିବେକାନନ୍ଦଙ୍କ ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି କହିଥିଲେ ଯେ, ଆମେ ସମସ୍ତେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାସହ, ଦେଶର ସର୍ବାଙ୍ଗିନ ବିକାଶ କ୍ଷେତ୍ରରେ ଯୁବପିଢିଙ୍କର ସକ୍ରିୟ ଭୂମିକା ଏକାନ୍ତ ଆବଶ୍ୟକ ଅଟେ ତେଣୁ ଆଜିର ଏହି ମହାନ ଦିବସରେ ଆମେ ସମସ୍ତେ ଦୃଢ଼ ସଂକଳ୍ପ ନେବା କି ଆମ ନିଜ ନିଜ ଭିତରେ ଭାତୃତ୍ୱ ଭାବନାର ଉଦ୍ରେକ କରାଇ ଦେଶର ପ୍ରଗତି, ଶାନ୍ତି ଏଂବ ମୈତ୍ରୀ ସ୍ଥାପନ କରିବା ସହିତ ଦେଶ ବିକାଶ କରିବା । ଏହି ସଭାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହିଥିଲେ । ଶେଷରେ ଯୁବ ରେଡକ୍ରସ ପରାମର୍ଶଦାତା ଜୋନ କୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପନ କରିଥିଲେ ।
