ଅବକାରୀ ଚଢ଼ାଉ : ନମ୍ବର ବିହୀନ ବାଇକ ସହ ଦେଶୀମଦ ଜବତ : ଜଣେ ଗିରଫ
ସୋର : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତର‘ରୁ ସୋର ପୌରପାଳିକା କୋର୍ଟ ଛକ ନିକଟରେ ଚଢ଼ାଉ କରାଯାଇ ଏକ ନମ୍ବର ବିହୀନ ବାଇକ ସହ ଦେଶୀମଦ ଜବତ କରିବା ସହିତ ଜଣକୁ ଗିର‘ କରି କୋର୍ଟ ଚାଲାଣ କରାଯାଇଛି । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପଚନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆଙ୍କ ନେତୃତ୍ୱରେ ଏକ ଟିମ ଏହି ଛକ ନିକଟରେ ପେଟ୍ରୋଲିଂ କରୁଥିଲେ । ଅନନ୍ତପୁରରୁ ସୋର ଅଭିମୁଖେ ଆସୁଥିବା ଏକ ନମ୍ବର ବିହୀନ ହିରୋହୋଣ୍ଡା ହଙ୍କ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ୨୦ ଲିଟର ଦେଶୀ ମଦ ଚାଲାଣ ହେଉଥିବା ଜାଣିବାକୁ ପାଇ ଚାନ୍ଦିପୁର ଥାନା ସାହାଡ଼ା ଗ୍ରାମର ଗୌରହରି ଜେନା ଙ୍କ ପୁଅ ଆକାଶ ଜେନା (୨୦) କୁ ଗିର‘ କରିଥିଲେ । ଆଜି ଅପରାହ୍ଣରେ ଡାକ୍ତରୀମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଏଏସଆଇ ଆଲୋକ ପ୍ରଧାନ,ରମେଶ ଚନ୍ଦ୍ର ବାରିକ ଓ କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ,ସୁମିତ୍ରା ସାମଲ,ଧବୀର ପଟ୍ଟନାୟକ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ସୋର ଅବକାରୀ ବିଭାଗ ତର‘ରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିର‘ କରି କୋର୍ଟ କରାଯାଇଛି. ସୋର ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡା ଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳେ ବାଳଙ୍ଗ ପଞ୍ଚାୟତ ଜହ୍ନିଆ ଗ୍ରାମର ଭାସ୍କର ନାଥ ନିକଟରୁ ୫୦ ଲିଟର ଦେଶୀମଦ ଏବଂ ପନଦା ଗ୍ରାମର ତାରାକାନ୍ତ ବିଶ୍ୱାଳ ନିକଟରୁ ୫୦ ଲିଟର ଦେଶୀମଦ ଜବତ କରିବା ସହିତ ଉଭୟଙ୍କୁ ଗିର‘ କରି କୋର୍ଟ ଚାଲାଣ କରିଥିଲେ । ଏହି ଚଢ଼ାଉରେ ଏଏସଆଇ ଉର୍ମିଳା ବେହେରା ଓ ଶଶିକାନ୍ତ ସାହୁ ସାମିଲ ହୋଇଥିଲେ ।
