୫ ବେଆଇନ ପଥର ବୋଝେଇ ଡମ୍ପର ଜବତ
ସୋର : ସୋର ଥାନା ସୋର ଗୋପୀନାଥପୁର ରାସ୍ତାର ବିଭିନ୍ନ ଛକରୁ ଆଜି ସକାଳେ ପାଞ୍ଚଟି ବେଆଇନ ପଥର ବୋଝେଇ ଡମ୍ଫରକୁ ସୋର ତହସିଲଦାର ଜବତ କରି ତହସିଲ ପରିସରରେ ରଖିଥିବା ଜଣାଯାଇଛି । ସୋର ତହସିଲଦାର ବସନ୍ତ କୁମାର ସାହାଣୀଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳେ ଚମ୍ପୁଛକ, ମାଣତ୍ରୀ ଛକ ନିକଟରେ ବାଗୁଡ଼ି ଖାଦାନରୁ ପଥର ବୋଝେଇ କରି ଆସୁଥିବା ଡମ୍ପର ଗୁଡିକର କାଗଜପତ୍ର ଯାଞ୍ଚ କରୁଥିବା ସମୟରେ ପାଞ୍ଚଟି ପଥର ବୋଝେଇ ଡମ୍ଫର ପରମିଟ ଟ୍ୟାମ୍ପରିଙ୍ଗ କରି ପଥର ପରିବହନ କରୁଥିବା ଦେଖିବାକୁ ପାଇଥିଲେ. ‘ଳରେ ଡମ୍ପର ଗୁଡିକୁ ଜବତ କରି ତହସିଲ ପରିସରକୁ ଆଣିଥିଲେ । ସେମାନଙ୍କ ନିକଟରୁ ଜରିମାନା ଆଦାୟ କରାଯିବା ପରେ ଛଡା ଯିବ ବୋଲି ତହସିଲ କାର୍ଯ୍ୟାଳୟ ତର‘ରୁ ସୂଚନା ମିଳିଛି ।ଏହି ଚଢ଼ାଉରେ ତହସିଲ ସୁପରଭାଇଜର ରାଜେଶ ଦାସ, ଆରଆଇ ବିଷ୍ଣୁପଦ ଗିରି, ଅମିନ ସୁଧାଂଶୁ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।
