ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ଅନୁଷ୍ଠିତ
ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଏହା ଗୁପ୍ତ ନୀତି ହୋଇଥିବାରୁ ଦତ ମହାପାତ୍ର ସେବକମାନେ ଗର୍ଭଗୃହ ରତ୍ନସିଂହାସନ ଉପରେ ଗୁପ୍ତ ସେବା ସମ୍ପାଦନ କରିଛନ୍ତି । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ସେବକମାନେ ଦ୍ୱାର ବନ୍ଦ କରି ଏହି ଗୁପ୍ତ ସେବା ସମ୍ପାଦନ କରିଥିଲେ । ପ୍ରାକୃତିକ ରଙ୍ଗ ହେଙ୍ଗୁଳ,ହରିତାଳ,କସ୍ତୁରୀ,ନାଲି,ଧଳା ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା । ଏଥିପାଇଁ ୪ଘଂଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ଦ୍ୱିତୀୟ ଭୋଗ ମଣ୍ଡପ ପରେ ବନକଲାଗି ନୀତି ଆରମ୍ଭ ହୋଇଥିଲା । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ବଢିଥିଲା । ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
