ଦୁଇ ଦିନିଆ ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ସମ୍ମିଳନୀ ଅନୁଷ୍ଠିତ
ବାରିପଦା : ବାରିପଦା ପ୍ରୟାସ ସମ୍ମିଳନୀ କକ୍ଷରେ ଜାତୀୟ ମାନବାଧିକାର ସାମୁଖ୍ୟ ସଂଗଠନ ପକ୍ଷରୁ ଏକ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୁରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଓକିଲ ସଂଘର ସଂପାଦକ ବିପ୍ଳବ ବାରିକ, ସମ୍ମାନିତ ଅତିଥି ଭାବେ ରାଜ୍ୟ କୃଷି ନିଗମ ବୋର୍ଡ଼ର ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ସହିତ ଜାତୀୟ ମାନବାଧିକାର ସାମୁଖ୍ୟର ଅଧ୍ୟକ୍ଷ ରମେଶ ଭାରତୀ, ରାଷ୍ଟ୍ରୀୟ ସଂଯୋଜକ ରମେଶ ମହାଳିକ, ରାଜ୍ୟର ବରିଷ୍ଠ ଉପଦେଷ୍ଟା ସ୍ୱରୂପ କୁମାର ପଟ୍ଟନାୟକ ଓ ଆଶିଷ ବଶା ପ୍ରମୁଖ ଯୋଗ ଦେଇଥିଲେ । ଏହି ଦୁଇଦିନିଆ କର୍ମଶାଳାର ଦ୍ୱିତୀୟ ଦିବସର ପ୍ରଥମାର୍ଦ୍ଧରେ ମୟୂରଭଂଜ ଜିଲ୍ଲା ଉପସଭାପତି ଅନୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଇଂରାଜୀ ଖବରକାଗଜ ଓଡ଼ିଶା ଟୁଡେର ସମ୍ପାଦକ ଅବିନାଶ ମିଶ୍ର, ପ୍ରଶିକ୍ଷକ ଭାବରେ ବିଶିଷ୍ଟ ଲେଖକ ଫାଗୁରାମ ମାରାଣ୍ଡି, ବରିଷ୍ଠ ଆଇନଜୀବୀ ଲିଙ୍ଗରାଜ ମିଶ୍ର, ହରିଜନ ସେବକ ସଂଘର ରାଜ୍ୟ ସମ୍ପାଦକ ତଥା ଗାନ୍ଧୀବାଦୀ ଆର୍ଯ୍ୟଭଟ୍ଟ ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ବାଲେଶ୍ୱରର ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ କବି ଅଭୟ ଦାସ, ଲେଖକ ପ୍ରମୋଦ କୁମାର ଲେଙ୍କା, ରାଜ୍ୟ ଉପଦେଷ୍ଟା ଆଶିଷ କୁମାର ବଶା, ସଂଗଠନର ଅଧ୍ୟକ୍ଷ ରମେଶ ଭାରତୀ ପ୍ରମୁଖ ଯୋଗ ଦେଇଥିଲେ । ସଂଗଠନର ମୟୁରଭଂଜ ଜିଲ୍ଲା ସଭାପତି ଶୁଭେନ୍ଦୁ କୁମାର ପାଲ ଉଭୟ ଉଦ୍ଘାଟନି ଓ ଉଦଯାପନୀ ସଭାରେ ସଭାପତିତ୍ୱ କରିଥିବା ବେଳେ, ରାଜ୍ୟ ସଂଯୋଜିକା ଶୁଭସ୍ମିତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦୁଇଦିନିଆ ମାନବାଧିକାର କନକ୍ଲେଭକୁ ସଂଗଠନର ରାଷ୍ଟ୍ରୀୟ ଉପସଭାପତି ତପନ କୁମାର ପତି ପରିଚାଳନା କରିଥିବା ବେଳେ ଏଥିରେ ଓଡ଼ିଶାର ବହୁ ଜିଲ୍ଲାରୁ ପାଖାପାଖି ଦେଢ଼ ଶହରୁ ଉର୍ଦ୍ଧ୍ୱ ମାନବାଧିକାର କର୍ମୀ ଯୋଗ ଦେଇଥିଲେ ।
