ବାରିପଦାରେ ୟୂଫୋରିଆ- ୨୦୨୩ ଉଦଘାଟିତ
ବାରିପଦା : ୨୪ ତମ ରାଜ୍ୟ ସ୍ତରୀୟ ଆନ୍ତ ମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ୟୁଫୋରିଆ -୨୦୨୩ ଆଜି ବାରିପଦା ଶହୀଦସ୍ମୃତି ଭବନ ଠାରେ ଉଦଘାଟିତ ହୋଇଯାଇଛି । ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହିତ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ ଏବଂ ବିକାଶ ପାଇଁ ଦୀର୍ଘ ୨୩ ବର୍ଷ ଧରି ନିୟମିତ ଭାବେ ଅନୁଷ୍ଠିତ ହୋଇ ଆସୁଥିବା ୟୁଫୋରିଆ ର ସଫଳତା କାମନା ସହିତ ଯୋଗଦେଇଥିବା ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଚଳିତ ୟୁଫରିଆରେ ରାଜ୍ୟର ୨୬ ଟି କଲେଜରୁ ୩୨୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ସମ୍ପାଦକ ସତ୍ୟସ୍ୱରୁପ ଦାଶ କହିଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ଅସୀତ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ବରିଷ୍ଠ ସଦଶ୍ୟ ମାନେ ଯୋଗଦେଇଥିଲେ । ବିଗତ ୨ବର୍ଷ କରୋନା କଟକଣା ପାଇଁ ବନ୍ଦ ରହିଥିଲା । ଆଜି ପ୍ରଥମ ଦିନରେ ପିକ ଏଣ୍ଡ ଆକ୍ଟ, ମାଇମ, ଓଡିଆ ତର୍କ, ଗୁଲଦସ୍ତା, ଡୁଏଟ ରେକର୍ଡ ଡ୍ୟାନ୍ସ, ସ୍କ୍ରିପ୍ଟ ଏନାକ୍ଟମେଂଟ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।
