ମୁମ୍ବାଇରେ ୪୮ ଘଂଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି
- ସମସ୍ତଙ୍କୁ ଘରେ ରହିବା ପାଇଁ ପରାମର୍ଶ
ମୁମ୍ବାଇ : ମୁମ୍ବାଇରେ ରବିବାର ସକାଳ ଠାରୁ ବର୍ଷା କମି ଯାଇଛି କିଛି ଭାରତୀ ପାଣିପାଗ ବିଭାଗ ଦ୍ୱାରା ଆଗାମୀ ୪୮ ଘଂଟା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମୁମ୍ବାଇ ଉପନଗରର ସଂରକ୍ଷକ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତିଯେ, କେବଳ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଲୋକମାନେ ଘରୁ ବାହାରକୁ ଯାଇପାରିବେ । ଭାରତୀୟ ପାଣିପାଗ ବିଭାଗର ଅଧିକାର ସୁଭାଙ୍ଗୀ ଭୁତେଙ୍କ କହିବା ଅନୁସାରେ ଜଳବାୟ ତାର ରଙ୍ଗ ବଦଳାଇଛି । ଆଗାମୀ ୪୮ ଘଂଟା ମଧ୍ୟରେ ମୁମ୍ବାଇ, ଥାନେ, ପାଲଘର ଇତ୍ୟାଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହ କାରଣରୁ ଏହି ଜିଲ୍ଲା ମାନଙ୍କରେ ଅରେଞ୍ଜ ଆଲଟି ଜାରି କରାଯାଇଛି । ଆସନ୍ତା ୪୮ ଘଂଟା ମଧ୍ୟରେ ରାୟଗଡ଼ ଏବଂ ସିନ୍ଧୁଦୁର୍ଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ଦୁଇଟି ଜିଲ୍ଲାରେ ରେଡ଼୍ ଆଲଟ୍ ଘୋଷଣା କରାଯାଇଛି । ଆଦିତ୍ୟ ଠାକରେ ରବିବାର ଦିନ କହିଛନ୍ତି ଯେ, ବର୍ଷାର ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ପ୍ରବଳ ବର୍ଷାରେ ମୁମ୍ବାଇରେ ନିଚା ଜାଗାରେ ଭର୍ତି ହୋଇଥିବା ଜଳ ନିଷ୍କାସନ ହୋଇଛି । ଏହା ବ୍ୟତୀତ ପାଣିପାଗ ବିଭାଗର ଚେତାବନୀକୁ ନଜରକୁ ରଖି ପ୍ରଶାସନ ସତର୍କ ରହିଛି ।
ପାଣିପାଗ ବିଭାଗର ଚେତାବନୀ ପରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ରାୟଗଡ଼ ଏବଂ ସିନ୍ଧୁଦୁର୍ଗ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । ମୁମ୍ବାଇ ସମେତ ରାଜ୍ୟର ଉପକୂଳବର୍ତୀ ଜିଲ୍ଲା ମାନଙ୍କରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଚେତାବନୀ ଦିଆଯାଇଛି । ପ୍ରଥମ ବର୍ଷାରେ ମୁମ୍ବାଇର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯାହା ମଙ୍କସର ୧୨ ଦିନରେ ପୁରା ମସର ବର୍ଷା ରେକର୍ଡ଼ କରାଯାଇଛି । ରବିବାର ସକାଳ ଠାରୁ ମୁମ୍ବାଇରେ ବର୍ଷା ହୋଇନାହିଁ କେବଳ କଳା ବାଦଲ ଘେରି ରହିଛି । ବର୍ଷା ନ ହେବା କାରଣରୁ ମୁମ୍ବାଇବାସୀ ଆରାମ ଅନୁଭବ କରିଛନ୍ତି ।
