ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାରରୁ ଅଧିକ କରୋନା ଟେଷ୍ଟ
ଭୁବନେଶ୍ୱର : ରାଜ୍ୟରେ କରୋନାର ନୁଆ ମାମଲା ଲଗାତର ଭାବରେ କମିଚାଲିଛି । କରୋନା ଟେଷ୍ଟ କରିବା ପ୍ରକ୍ରିୟା ମଧ୍ୟ ପ୍ରତିଦିନ ଜାରି ରହିଛି । ଗତ ୨୪ ଘଂଟାରେ ପୁରା ରାଜ୍ୟରେ ସମୁଦାୟ ୪ ହଜାର ୭୫୮ ଜଣଙ୍କର କରୋନା ଟେଷ୍ଟ କରାଯାଇଅଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟର ସୂଚନା ଅନୁସାରେ ସୋମବାର ସକାଳ ସୁଦ୍ଧା ସମୁଦାୟ କରୋନା ଟେଷ୍ଟ ୩ କୋଟି ୪୨ ଲକ୍ଷ ୯୧ ହଜାର ୩୯୦ ରେ ପହଂଚିଛି ।
