ଅସହାୟ ବୃଦ୍ଧାଙ୍କୁ ମିଳୁନି ଆବାସ ଯୋଜନା, ଭଙ୍ଗାଘରେ କଟୁଛି ଜୀବନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଧିନ ବଳିପାଳ ପଂଚାୟତ ପଶୁଆପଲ୍ଲୀ ଗ୍ରାମର ଏକ ଦିନ ମଜୁରିଆ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା/ ବିଜୁ ପକ୍କାଗୃହ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଛି । ସେହି ଗ୍ରାମର ଅକ୍ଷୟ ରଣାଙ୍କ ପତ୍ନୀ ଗୀତା ରଣା ଏନେଇ ଲିଖିତ ଭାବେ ଦାବି କରିଛନ୍ତି । ଏହି ପରିବାର ଏକ ଭଙ୍ଗା ଚାଳ ଛପର ଘରେ ଜୀବନ ଯାପନ କରୁଥିବା ବେଳେ ଏନେଇ ବାରମ୍ବାର ଆବେଦନ କରାଗଲେ ମଧ୍ୟ ତାଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରାଯାଉ ନାହିଁ । ଏହି ଗରିବ ପରିବାର ବିପିଏଲ କାର୍ଡଧାରୀ ହୋଇ ଥିବାରୁ ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ହିତାଧିକାରୀ ତାଲିକାରେ ନିଜ ନାମ ସାମିଲ କରିବାକୁ ଦାବି କରିଛନ୍ତି ।
