ବିଶ୍ୱକପ ହକି ଟ୍ରଫି ପହଂଚିବା ପରେ ଯାଜପୁର ଜିଲାବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ
ଯାଜପୁର : ଯାଜପୁରରେ ବିଶ୍ୱ କପ ହକି ଟ୍ରଫି ପହଂଚିବା ପରେ ଜିଲା ବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି। ଟ୍ରଫି ଯାଜପୁରରେ ପହଂଚିବା ପରେ ଜିଲା ପ୍ରଶାସନ ପକ୍ଷରୁ ଏହାକୁ ସ୍ଵାଗତ କରାଯାଇଥିଲା। ଏଥିରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି,ଏମ୍ ପିସୁଲତା ଦେଓ,ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ସମେତ ସମସ୍ତ ଯାଜପୁରବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, କୋରାଇ ବିଧାୟକ ଅଶୋକ ବଳ, ବରୀ ବିଧାୟିକା ସୁନନ୍ଦା ଦାସ ,ଜିଲାପାଳ ଚକ୍ରବର୍ତ୍ତୀ ୟସିଂରାଠୋର, ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲିକ, ଉପ ଜିଲାପାଳ, ଯାଜପୁର ତହସିଲଦାର, ବିଡ଼ିଓଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇ ଟ୍ରଫିକୁ ଗ୍ରହଣ କରିଥିଲେ। ଏହି ସମୟରେ ଓଡିଶାର ଅନ୍ତରାଷ୍ଟ୍ରୀୟ ହକି ଖେଳାଳୀ ଭାରତୀୟ ମହିଳା ହକି ଦଳର ପୁବୟତନ ଅଧିନାୟିକା ସୁଭଦ୍ରା ପ୍ରଧାନ, ବର୍ତ୍ତମାନ ପୁରୁଷ ହକି ଦଳରସଦସ୍ୟ ଅଭିଷେକ ଲାକ୍ରା ଓ କନିଷ୍ଠ ପୁରୁଷ ହକି ଦଳର ସଦସ୍ୟ ଦିପସନ୍ ତିର୍କିମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ୫ହଜାରରୁ ଊର୍ଦ୍ଧ୍ଵ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସାଂସ୍କୃତିକ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି କୁସୁମା ନିକଟରେ ପହଞ୍ଚିଥିଲା। ସେଠାରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମ ରେ ଯାଜପୁର ପୌରପାଳିକାର ପାରିଷଦ ବର୍ଗ ସାମିଲ ହୋଇ ଓଡିଶାରେ ବିଶ୍ୱ କପି ହକି ପ୍ରତିଯୋଗିତା ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।
