ବସ ସହ ବାଇକ ଦୁର୍ଘଟଣା, ବାଇକ ଚାଳକ ମୃତ
ମାଲକାନଗିରି : ମାଲକାନଗରି ଜିଲ୍କା କାଲିମେଳାରୁ ଭୁବନେଶ୍ୱର ଯାଉଥିବା ରିଲିଆଏନ୍ସ ଟ୍ରାଭେଲସ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ବାଇକ୍ ଚାଳକଙ୍କ ଉପରେ ଚଢ଼ିଯାଇଛି । ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ସୋଡ଼ି ପଦିଆଙ୍କ ଘର ପଡିଆ ବ୍ଲକର ସଙ୍ଗେଲ ଗ୍ରାମରେ ବୋଲି ଜଣାପଡିଛି । ଦୁର୍ଘଟଣାଟି ଘଟିଛି ୩୨୬ ଜାତୀୟ ରାଜପଥ ର ଏମଭି ୧୯ ଗାଁ ନିକଟରେ । ଘଟଣା ସ୍ଥଳରେ ଉତେଜନା ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ପୋଲିସ ସେଠାରେ ପହଂଚି ଉତେଜିତ ଲୋକଙ୍କୁ ବୁଝ ସୁଝା କରୁଛି । ହେଲେ କ୍ଷତି ପୂରଣ ନମିଳିବା ପର୍ଯ୍ୟନ୍ତ ବସ ଯାଇପାରିବ ନାହିଁ ବୋଲି ସ୍ଥାନୀୟ ଲୋକେ ଧମକ ଦେଇଛନ୍ତି ।
