ପିଲା ଚାଲାଣ ଘଟଣାରେ ୩କୋର୍ଟ ଚାଲାଣ
ଖଇରା : ୧ଶନିବାର ରାତିରେ ନନ୍ଦୁର ଅଞ୍ଚଳରୁ ୩ନାବାଳିକା ଓ ୩ନାବାଳକ ଙ୍କୁ ୩ଦଲାଲ ମହାରାଷ୍ଟ୍ର ନେଇ ଯାଉଥିବା ବେଳେ ଖଇରା ପୋଲିସ ,ମହିଳା ସଙ୍ଗଠନ ଓ ଚାଇଲ୍ଡ ଲାଇନ ସଦସ୍ୟଙ୍କ ମିଳିତ ସହଯୋଗରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଖଇରା ଚାଇଲ୍ଡ ଲାଇନ ଉକ୍ତ ନାବାଳିକା ଓ ନାବାଳକ ମାନଙ୍କୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି । ସେହିଭଳି ଏକ ମାମଲା ୫/୨୩ ରୁଜୁ କରାଯାଇ ମହାରାଷ୍ଟ୍ରର ୨ଦଲାଲ ଦିନେଶ ରାମଦାସ ଓ ଅଜିତ ସାହେବରାଓ ତଥା ଖଇରା ବ୍ଲକ କାକୁଡିଆ ଗ୍ରାମର ବାପୁଜି ତିରିଆଙ୍କୁ କୋର୍ଟ ଚାଲାଣ କରାଯାଇଛି ।
