ଦିଲ୍ଲୀର ବଜାରପାର୍କିଂ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣ : ଜଣେ ମୃତ, ୩ ଆହତ
ନୂଆଦିଲ୍ଲୀ: ଦିଲ୍ଲୀର ବଜାରପାର୍କିଂ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଏକ ପ୍ରଚଣ୍ଡ ବିସ୍ଫୋରଣ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି ।
ଦିଲ୍ଲୀ ଉତ୍ତର ଡେପୁଟି ପୋଲିସ କମିଶନର ଶାଗର ସିଂ କଲସି କହିଛନ୍ତି ଯେ, ସଦର ବଜାରର କୁତବ ରୋଡରେ ଥିବା ଦୋକାନ ୮୭୨ ନଂ. ଦୋକାନରେ ପ୍ରବଳ ଶବ୍ଦ ହୋଇଥିଲା। ଉକ୍ତ ଘଟଣାରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ତାହାର ନାମ ଜଣାପଡିନଥିବାବେଳେ, ଗୁଲାବ (୩୫) ନାମକ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ତାଙ୍କୁ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ଘର ସୀତାମାରହି ବିହାର ଅଞ୍ଚଳରେ ବୋଲି ଜଣାପଡିଛି। ଆଉ ଦୁଇ ଆହତଙ୍କ ପରିଚୟ ବି ଜଣାପଡିନାହିଁ। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏକ ସିଲିଣ୍ଡର ବିସ୍ଫୋରଣ ହୋଇଛି। କିନ୍ତୁ ଆଉ କେତେକ ରିପୋର୍ଟ ଅନୁସାରେ ଏକ ପାଣିପାଇପ୍ ଫାଟିବାରୁ ଏହି ବିସ୍ଫୋରଣ ହୋଇଥିଲା । ତେବେ ପୁଲିସ ବିଭିନ୍ନ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ ଜାରି ରଖିଛି ।
