ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଚଢାଉ
ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଶ୍ରୀ ଭୁବନେଶ୍ୱର ଆରଡବ୍ଲୁଏସଏସ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱର, ଅନୁଗୁଳ ଓ ଢେଙ୍କାନାଳର ୬ଟି ସ୍ଥାନରେ ଏକକାଳୀନ ଘର ଖାନତଲାସି ଜାରିରହିଛି । ଏହି ଚଢାଉରେ ୫ ଜଣ ଡିଏସପି, ୧୪ ଜଣ ଇନିସ୍ପେକ୍ଟର ଓ ଅନ୍ୟ ୨୮ ଜଣ କର୍ମଚାରୀ ସାମିଲ ଅଛନ୍ତି ।
