ମହୋଦଧିରେ ପାପ ଧୋଇଲେ ମହାରାଜା କଂସ
କାଲିର ମହାପ୍ରତାପି କଂସ ଆଜି ଜଗନ୍ନାଥଙ୍କ ଭକ୍ତ
ପୁୁରୀ : ୧୧ ଦିନ ଧରି ବରଗଡ଼ରେ କଂସ ରୂପରେ ଅଭିନୟ କରୁଥିବା କଳାକାର ହୃଷିକେଶ ଭୋଇ ଆଜି ତାଙ୍କ ପାପ ସମୁଦ୍ରରେ ଧୋଇଛନ୍ତି । ଗତକାଲି ବିଶ୍ୱର ବୃହତମ ମୁକ୍ତାକାଶ ରଙ୍ଗମଞ୍ଛରେ ଅଭିନୟ କରୁଥିବା ମହାପ୍ରତାପି କଂସ ଭଗବାନ ଶ୍ରୀକୃଷ୍ଣ,ବଳରାମଙ୍କ ସହ ୩୩ କୋଟି ଦେବତାଙ୍କୁ ଗାଳି କରୁଥିଲେ । ପଇତା ପକାଇବା ପରେ କଂସ ମହାରାଜା ରୂପେ ପରିଚିତ ହେବା ସହ ଜନତାଙ୍କ ବିଭିନ୍ନ କାର୍ଯ୍ୟ ପୂର୍ଣ୍ଣ ହେଉଥିଲା । ଦେବତାଙ୍କୁ ଗାଳି ଦେଇଥିବାରୁୁ ତାର ପ୍ରାୟଶ୍ଚିତ କରିବା ପାଇଁ ଆଜି ମହୋଦଧିରେ ବୁଡ଼ ପକାଇ ପଇତା ବିର୍ସଜନ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ ସହ ଶ୍ରୀଜୀଉଙ୍କୁ ଦର୍ଶନ କରି ଫେରିଛନ୍ତି । ଗତକାଲିର ମହାପ୍ରତାପି ଆଜି ସାଧାରଣ ଭକ୍ତ ଭାବେ ଶ୍ରୀଜଗନ୍ନାଥଙ୍କ ଶରଣାପନ୍ନ ହୋଇଛନ୍ତି । ସୂର୍ଯ୍ୟଦେବତାଙ୍କୁ ନମସ୍କାର କରିବା ସହ ପାପର ପ୍ରାୟଶ୍ଚିତ ପାଇଁ ସମୁଦ୍ର ଜଳକୁ ଅର୍ପଣ କରିଥିଲେ ।
