ମୁମ୍ବାଇ ଏୟାରପୋର୍ଟରେ କଷ୍ଟମ ୪୭ କୋଟି ଟଙ୍କା ମୂଲ୍ୟର ହେରୋଇନ୍ ଏବଂ କୋକେନ ଧରାଗଲା
ମୁମ୍ବାଇ : ମୁମ୍ବାଇ ଏୟାରପୋର୍ଟରେ ସୀମା ଶୁଳ୍କ ବିଭାଗ(କଷ୍ଟମ)ର ଟିମ୍ ଗତ ରାତିରେ ଦୁଇଟି ଅଲଗା ଅଲଗା ମାମଲାରେ ୪୭ କୋଟି ଟଙ୍କାର ମାଦକ ପଦାର୍ଥ ଜବତ କରିଛନ୍ତି । ଏଥିରେ ପ୍ରଥମ କାର୍ଯ୍ୟାନୁଷ୍ଠାନରେ କଷ୍ଟମ ଟିମ୍କୁ ଏକ ଫୋଲ୍ଡରର କଭରରେ ୩୧.୨୯ କୋଟି ଟଙ୍କାର ୪.୪୭ କିଲୋଗ୍ରାମ ହେରୋଇନ୍ ମିଲିଥିଲାବେଳେ ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନରେ ୧୫.୯୬ କୋଟି ଟଙ୍କାର ୧.୫୯୬ କିଲୋଗ୍ରାମ କୋକେନ କନାର ବଟମ୍ରେ ଲୁଚାଯାଇଥିବା ମିଳିଥିଲା । ଏହି ଦୁଇ ମାମଲାର ଗଭୀର ଯାଂଚ କଷ୍ଟମ ଟିମ୍ କରୁଛି ।
