କୁଡୁମୀ ସେନାର ସମୀକ୍ଷା ବୈଠକ ପୁନଃ ଆଦିବାସୀ ମାନ୍ୟତା ଦାବୀରେ ବ୍ୟାପକ ଆନ୍ଦୋଳନ ପାଇଁ ନିଷ୍ପତି
ବାରିପଦା : ମୟୁରଭଂଜ ଜିଲ୍ଲା ଶାମାଖୁଂଟା ବ୍ଲକର ପାଇକବସା ହାଟ ପଡିଆ ଠାରେ ରାଜ୍ୟ କୁଡୁମି ସେନା ପକ୍ଷରୁ ଏକ ସମୀକ୍ଷା ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ଓ ବୈଠକରେ ଜ଼ିଲ୍ଲାର ବାରିପଦା ଓ ଶାମାଖୁଂଟା ବ୍ଲକରୁ କୁଡୁମି ସେନାର କର୍ମକର୍ତା ମାନେ ଯୋଗ ଦେଇଥିଲେ ଓ ଶାମାଖୁଂଟା ବ୍ଲକ ସଭାପତି ବୀରେନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୁଡୁମି ସେନାର ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ଜୈମୁନି କୁମାର ମହାନ୍ତଙ୍କ ସମେତ ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ସାଇରାମ ମହାନ୍ତ, ବିପିନ ବିହାରୀ ମହାନ୍ତ, ଘନଶ୍ୟାମ ମହାନ୍ତ, ରାଜୁ ମହାନ୍ତ, ଅତୁଲ ମହାନ୍ତ, ମିଲୁ ମହାନ୍ତ, କୈଳାଶ ମହାନ୍ତ, ସ୍ନେହାଶିଷ ମହାନ୍ତ, ଛାତ୍ରନେତା ଅଜିତ ମହାନ୍ତ, ପପୁ ମହାନ୍ତ, ମହିଳା ସେନାର ରୀନା ମହାନ୍ତ, ସବିତା ମହାନ୍ତ, ବିନତି ମହାନ୍ତ, ବେବି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ କୁଡୁମି ଜାତିକୁ ଆଦିବାସୀ ମାନ୍ୟତା ସହ କୁଡୁମାଲି ଭାଷାକୁ ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ସଭାରେ ବକ୍ତାମାନେ ଦାବି କରିଥିଲେ । ଏହି ଅବସର ରେ ଆନ୍ଦୋଳନରେ ସାମିଲ ହୋଇ ଥିବା ବହୁ କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୁଡୁମୀ ସେନା ଦୀର୍ଘ ବର୍ଷ ଧରି ତାର ଆନ୍ଦୋଳନକୁ ପଲ୍ଲୀରୁ ଦିଲ୍ଲି ପର୍ଯ୍ୟନ୍ତ ବିସ୍ତାର କରିଥିବା ବେଳେ, ପରବର୍ତୀ ପର୍ଯ୍ୟାୟରେ କୁଡୁମିସେନା ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ବ୍ୟାପକ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିବା ରାଜ୍ୟ ସଭାପତି ଶ୍ରୀ ଜୈମୁନି କୁମାର ମହାନ୍ତ କହିଛନ୍ତି I
