ସାକ୍ରେଡ଼ ସନସାଇନ ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ
ବାରିପଦା : ବାରିପଦା ସହର ଫ୍ରଫୁଲ ନଗରରେ ଥିବା ସାକ୍ରେଡ଼ ସନ ସାଇନ ସେକେଣ୍ଡାରୀ ସ୍କୁଲର ଷଷ୍ଠ ବାର୍ଷିକ ଉତ୍ସବ ବାରିପଦା ଶହୀଦ ସ୍ମୃତି ଭବନ ଠାରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ଅତିଥି ଭାବରେ ବାରିପଦା ନଗରପାଳ କୃଷ୍ଣନନ୍ଦ ମହାନ୍ତି, ଏସଡିସି ଚେୟାରମେନ ଡ଼ା. ଦେବାଶିଷ ମାର୍ଣ୍ଡି, ଜିଲ୍ଲା ପରିଷଦର ଚେୟାରମେନ ଭାରତୀ ହସଁଦା, ଉପନଗରପାଳ ସୀମା ଦାସ ଓ ବାରିପଦା ଅଗ୍ନିଶମ ଅଫିସର ଭାବେନ୍ଦ୍ର ନାଥ ଦେ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିବର୍ଷ ପରି ସ୍କୁଲ ପିଲାଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା, ନୃତ୍ୟ, ସାମାଜିକ ସେବା, ଡ୍ରଇଂ, ଭଳି ବିଭିନ୍ନ ପ୍ରତିଯୋଗୀତା ସହ ଅଭିଭାଭକ ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସ୍କୁଲର ପ୍ରିନ୍ସିପାଲ ଅଲକା ଦତ ଓ ସଭାପତି ବିଜୟ କୁମାର ଦତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଅତିଥି ମାନେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।
