ମୟୁରଭଞ୍ଜ ଭେଟେରାନ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖୁଣ୍ଟ ୟୁନିକ ଇଲେଭେନ ବିଜୟୀ
ବାରିପଦା : ସ୍ଥାନୀୟ କଲେଜ ପଡିଆରେ କ୍ଲବ ସିକ୍ରେଟ ଇଲେଭେନ ଆନୁକୂଲ୍ୟରେ ୫ମ ବାର୍ଷିକ ଭେଟେରାନ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱାଦଶ ଦିନରେ ଗୋଟିଏ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଓ ଏହି ମ୍ୟାଚରେ ଖୁଂଟା ୟୁନିକ ଇଲେଭେନ ମହାନ୍ତି ଟାଇଗର୍ସକୁ ୪୦ ରନରେ ପରାସ୍ତ କରିଛି ଓ ପ୍ରଥମେ ବ୍ୟାଟିଂ କରି ଖୁଂଟା ୧୦ ଓଭରରେ ୪ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ରତିକାନ୍ତ ନାୟକ ୫୮ ଓ ସୀତାକାନ୍ତ ବେହେରା ୩୧ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ବିଜୟ ମହାନ୍ତି ୨ ଟି ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ମହାନ୍ତି ଟାଇଗର୍ସ ୮.୨ ଓଭରରେ ସମସ୍ତ ଉଇକେଟ ହରାଇ ୬୮ ରନ କରିପାରିଥିଲେ ଓ ଦଳ ପକ୍ଷରୁ ଗୌତମ ପଲେଇ ୧୭ ଓ ରାକେଶ ପରିଜା ୧୨ ରନ କରିଥିବା ବେଳେ ବିପକ୍ଷ ଦଳର ରତିକାନ୍ତ ନାୟକ ୩ ଟି ଏବଂ ଶିଶିର କୁମାର ବେହେରା ଓ ଜ୍ଞାନ ରଂଜନ ସାହୁ ୨ ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ଓ ରତିକାନ୍ତ ନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ଓ ଶେଖ ଲାଇକୁଦ୍ଦିନ ଓ ଚନ୍ଦନ ଦାସ ଖେଳ ପରିଚାଳନା କରିଥିବା ବେଳେ ଦୀପକ ଦାସ ଧାରାବିବରଣୀ ଏବଂ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I
