ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ଏମ.ସି.ଏ.ଏମ. କଲେଜ ବାରିପଦା ଜୋନର ଚାମ୍ପିୟନ
ବାରିପଦା : ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରେ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାର ବାରିପଦା ଜୋନ ଫାଇନାଲ ମ୍ୟାଚରେ ଏମ.ସି.ଏ.ଏମ. ପ୍ରଥମେ ଟସ ଜିଣି ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଥିଲା ଏବଂ ନିର୍ଦ୍ଧାରିତ ୨୫ ଓଭରରେ ୭ ୱିକେଟ ହରାଇ ୨୨୯ ରନ କରିଥିଲା । ମେରୀ ଲୋକନାଥ ସର୍ବାଧିକ ୫୪ ରନ୍ ଓ କୃତିସୁନ୍ଦର ପାଢ଼ୀ ୪୬ ରନ୍ କରିଥିଲେ । ଅନ୍ୟପକ୍ଷ ରେ ଏମ.ପି.ସି. ସ୍ୱାୟଂଶାସିତ ମହାବିଦ୍ୟାଳୟ ୧୫.୩ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୭୧ ରନ୍ କରିବାରେ ସକ୍ଷମ ହୋଇଥିଲା । ସିଂରାଇ ହେମ୍ବ୍ରମ ସର୍ବାଧିକ ୨୯ ରନ କରିଥିଲେ । ଏମ.ସି.ଏ.ଏମ. ଟିମର ଉପେନ୍ଦ୍ର ନାୟକ ୪ ଟି ୱିକେଟ୍, ବିରୁ ଟୁଡୁ ୩ଟି, ପ୍ରୀତିଦେବ ଜେନା ୨ଟି ଓ ମେରୀ ଲୋକନାଥ ୧ ଟି ୱିକେଟ ନେଇଥିଲେ । ଏହି ଜୋନ ସ୍ତରୀୟ ଫାଇନାଲ ମ୍ୟାଚରେ ଏମ.ସି.ଏ.ଏମ. କଲେଜର ଅଧକ୍ଷ ପ୍ରଦୀପ କୁମାର ନାୟକ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ମଦନ ମୋହନ ସାହୁ, ବାଣିଜ୍ୟ ଅଧ୍ୟାପକ ଅଶୋକ ଦାସ, ରଂଜିତ ମାରାଣ୍ଡି, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦେବିଦତ ରାଉତ ଏବଂ ଏମ.ପି.ସି. ସ୍ୱାୟଂଶାସିତ ମହାବିଦ୍ୟାଳୟର ଖେଳ ଶିକ୍ଷକ ସତ୍ୟରଂଜନ ବାରିକ ଉପସ୍ଥିତ ରହି ଖେଳ ପରିଚାଳନାରେ ସାହାଯ୍ୟ କରିଥିଲେ ।
