ଜିଲ୍ଲାରେ ଏକାଦଶ କୃଷି ଗଣନା ସମନ୍ୱୟ କମିଟି ବୈଠକ
ଯାଜପୁର : ଜିଲ୍ଲାରେରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ୨୦୨୧-୨୨ର ଏକାଦଶ କୃଷି ଗଣନା କମନ୍ୱୟ କମିଟି ବୈଠକ ଗୁରୁବାର ଅପରାହ୍ନରେ ଜିଲ୍ଲାପାଳଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଚ୍ଥି । ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଶ୍ରୀଧର ସେଠୀ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ ଜଣାଇବା ସହିତ କୃଷି ଗଣନା ସମ୍ୱନ୍ଧରେ ସରକାରଙ୍କ ନିର୍ଦ୍ଦେଶାବଳୀ ଉପରେ ଆଲୋକପାତ କରିଥିଲେ । କୃଷି ଗଣନା ଯାଜପୁର ଜିଲ୍ଲାରେ ଯେପରି ସପଂଳ ଭାବେ କାର୍ଯ୍ୟକାରୀ କରାଯିବ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ଶ୍ରୀ ରାଠୋର ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଯୋଜନା ଓ ପରିସଂଖ୍ୟାନ ଊପନିର୍ଦ୍ଦେଶକ ଶ୍ରୀ ସେଠୀ ଗୃହକୁ ଜଣାଇଥିଲେ କି, ଜିଲ୍ଳ୍ାର ୧୮୬୬ ରାଜସ୍ୱ ଗ୍ରାମରେ ସର୍ଭେ କାର୍ଯ୍ୟ କରାଯିବ ଓ ଏହି ସର୍ଭେ କାର୍ଯ୍ୟ ସଂପାଦନ କରିବା ପାଇଁ ୧୩୦ଜଣ ପ୍ରାଥମିକ ଗଣନାକାରୀ ଓ ୪୨ଜଣ ପରିଦର୍ଶକ ନିୟୋଜିତ ହେବେ । ପରିସଂଖ୍ୟାନ, କୃଷି ଓ ରାଜସ୍ୱ ବିଭାଗର କର୍ମଚାରୀ ମାନେ ଏହି ଗଣନାକାର୍ଯ୍ୟ ସଂପାଦନ କରିବେ । କାର୍ଯ୍ୟ ତଦାରଖ ପାଇଁ ଜିଲ୍ଲା ଓ ବ୍ଳ୍କ ସ୍ତରୀୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ନିୟୋଜିତ ହେବେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କମଲ କୁମାର ନାୟକ, ପ୍ରାଣୀ ଚିକିତ୍ସାଧିକାରୀ ପଦ୍ମନାଭ ଦାଶ,ସମବାୟ ସମିତିର ସହକାରୀ ପ୍ରବନ୍ଧକ, ଶରତ କୁମାର ମଲ୍ଲିକ , ଉପ-ନିର୍ଦ୍ଦେଶକ(ଉଦ୍ୟାନ) ସୂର୍ଯ୍ୟମଣି ମହାରଣା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ସୂଚନା ବିଜ୍ଞାନ ଅଧିକାରୀ (ଏନ୍.ଆଇ.ସି.) ସୁଧାଂଶୁ ମୋହନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
