ପବିତ୍ର ପୁଷ୍ପାଭିଷେକ ମହୋତ୍ସବ
ଯାଜପୁର : ବିରଜାମନ୍ଦିର ନିକଟସ୍ଥ ଲାଖ ବିନ୍ଧାଠାରେ ଥିବା ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଚେତନାସଂଘ ଇସ୍କନ ମନ୍ଦିରରେ ପବିତ୍ର ପୁଷ୍ପାଭିଷେକ ମହୋତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଥିବା ଶ୍ରୀଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମହାରାଣୀଙ୍କ ବିଗ୍ରହରେ ବିଭିନ୍ନ ପ୍ରକାର ଫୁଲରେ ସଜ୍ଜିତ କରାଯାଇ ଏକଦିବସୀୟ ପୂଜାର୍ଚ୍ଚନା ଓ ସଂକୀର୍ତ୍ତନ ଉତ୍ସବ ଅନୁଷ୍ଠିତହୋଇଯାଇଛି । ପୁର୍ବାହ୍ନରୁ ଏହି ଉତ୍ସବ ଦେଖିବା ପାଇଁ ବହୁସଂଖ୍ୟକ ଶ୍ରଦ୍ଧାଳୁମାନେ ଇସ୍କନ ମନ୍ଦିରରେ ଭିଡ଼ ଜମାଇଥିବା ପରିଲଖିତ ହୋଇଛି । ବିଭିନ୍ନ ପ୍ରକାର ଫଳ ନୈବିଦ୍ୟ ପ୍ରଦାନ କରାଯାଇଛି । ମନ୍ଦିରରେ ପୂଜାର୍ଚ୍ଚନା ସହିତ ସଂକୀର୍ତ୍ତନ ରାମ ଶ୍ରୀକୃଷ୍ଣଙ୍କ ମନ୍ତ୍ର ପରିବେଷକୁ ମୁଖରୀତ କରିଥିଲା । ମଧ୍ୟାହ୍ନରେ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ । ସ୍ୱାମିଜୀଙ୍କ ପକ୍ଷରୁ ଅପରାହ୍ନରେ ଏହି ଦିବସର ତାତ୍ପର୍ଜ୍ୟ ଉପରେ ଆଲୋଚନା କରିବା ସହିତ ଶ୍ରୀଜଗନ୍ନାଥଙ୍କ ତତ୍ତ୍ ଓ ମହତବାଣୀ ପ୍ରବଚନ ମାଧ୍ୟମରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ଆଳତୀ ସହିତ ନାମ ଯଜ୍ଞ ଅନୁଷ୍ଠିତହୋଇଥିଲା ।
