ଚିନ୍ମୟ ମିଶନ ପକ୍ଷରୁ ଗୀତା ଜ୍ଞାନ ଯଜ୍ଞ ପ୍ରବଚନ
ବାଲେଶ୍ୱର : ବାଲେଶ୍ୱର ସହର ମାଣିଖମ୍ବସ୍ଥିତ ହରିସଭା ମନ୍ଦିର (ଶ୍ରୀଶ୍ରୀ ରାଧାକୃଷ୍ଣ ଜୀଉ ଭାଗବତ ଟୁଙ୍ଗି) ପ୍ରାଙ୍ଗଣରେ ଚିନ୍ମୟ ମିଶନ ପକ୍ଷରୁ ଗୀତା ଜ୍ଞାନ ଯଜ୍ଞ ପ୍ରବଚନ କାର୍ଯ୍ୟକ୍ରମ ନୁଷ୍ଠିତ ହୋଇଯାଇଛି । ସଭାପତି ଡ. କ୍ଷିତୀଶ୍ୱର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂରାଜୀ ନୂଆବର୍ଷର ପ୍ରଥମ ସନ୍ଧ୍ୟାରୁ ୫ଦିନ ଧରି ଶ୍ରୀମଦ୍ ଭଗବଦ୍ ଗୀତାର ସପ୍ତଦଶ ଅଧ୍ୟାୟ ‘ଶ୍ରଦ୍ଧାତ୍ରୟ ବିଭାଗ ଯୋଗ’ ଉପରେ ପ୍ରବଚନ ଚାଲିଥିଲା । ଚିନ୍ମୟ ମିଶନ ବାଲେଶ୍ୱର ଶାଖାର ମୁଖ୍ୟ ଆଚାର୍ଯ୍ୟ ଅଗସ୍ତ୍ୟ ଚୈତନ୍ୟ ଓ ଉଦଳା ଶାଖାର ଆଚାର୍ଯ୍ୟ ଅଚ୍ୟୁତ ଚୈତନ୍ୟ ପ୍ରବଚନ ପ୍ରଦାନ କରିଥିଲେ ।
ପ୍ରତିଦିନ ସନ୍ଧ୍ୟାରେ ଗୀତା ଉପରେ ପ୍ରବଚନ ହେବା ସହିତ ସକାଳେ ବେଦାନ୍ତ ବିଷୟକ ଆଲୋଚନା ‘ଭଜଗୋବିନ୍ଦମ୍’ ଜାରି ରହିଥିଲା । ଉକ୍ତ ଆଧ୍ୟାତ୍ମିକ ସଭାରେ ଶତାଧିକ ମହିଳା ଓ ପୁରୁଷ ଅଂଶଗ୍ରଣ କରି ନିଜର ଆଧ୍ୟାତ୍ମିକ ଜୀବନକୁ ପରିପୁଷ୍ଟ କରିଥିଲେ । ହରିସଭା ମନ୍ଦିରର ସଭାପତି ତଥା ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ଆଧ୍ୟାତ୍ମିକ ଆସର ଅଧିକ ଆକର୍ଷଣୀୟ ହୋଇଥିଲା । ଏହି ପାଞ୍ଚ ଦିବସୀୟ କାର୍ଯ୍ୟକ୍ରମକୁ ମିଶନର ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, ଡା. ବେଣୁମାଧବ ଶତପଥୀ, ଜଗଦୀଶ ଖଣ୍ଡେଲୱାଲ୍ ଓ ସଭ୍ୟ ଦିବାକର ମହାପାତ୍ର, ପ୍ରଫୁଲ କୁମାର ଦାସ, ଅକ୍ଷୟ କୁମାର ତ୍ରିପାଠୀ, ଗଙ୍ଗାଧର ପୃଷ୍ଟି, ବିଜୟ କୁମାର ଦାସ ଅଧିକାରୀ, ଇଂ. ବନମାଳି ନାୟକ, ବସନ୍ତ କୁମାର ନାୟକ, ହରିଶ୍ଚନ୍ଦ୍ର ସାହୁ, ରଜନୀକାନ୍ତ ବେହେରା, ଲକ୍ଷ୍ମୀପ୍ରିୟା ଜେନା, ଦୀପ୍ତା କୁଣ୍ଡୁ, ଅନିରୁଦ୍ଧ ବେହେରା ତଥା ଚିନ୍ମୟ ଯୁବକେନ୍ଦ୍ରର ସଦସ୍ୟମାନେ ପରିଚାଳନା କରିଥିଲେ ।
