ଚିଲିକାରେ ଚଳିତବର୍ଷ ୫୭ ହଜାର ପକ୍ଷୀ ବୃଦ୍ଧି
ଚିଲିକା : ବନ୍ୟପ୍ରାଣୀ ବିଭାଗ ତରଫରୁ ଦେଶ ବିଦେଶରୁ ଚିଲିକାକୁ ଆସୁଥିବା ପକ୍ଷୀଙ୍କ ସରକାରୀ ଭାବେ ଗଣନା କରାଯାଇଛି । ଏହି ପକ୍ଷୀ ଗଣନା ପାଇଁ ୨୧ଟି ଟିମରେ ୩ରୁ ୫ଜଣ ପକ୍ଷୀ ବିଶେଷଜ୍ଞ ଭାଗ ନେଇଥିଲେ । ବୁଧବାର ସକାଳୁ ଦିବା ୧୨ଟା ପର୍ଯ୍ୟନ୍ତ ଜିପିଏସ ଓ ବାଇନକୁଲାର ସାହାଯ୍ୟରେ ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ଚିଲିକାକୁ ୧୮୩ ପ୍ରଜାତିର ୧୦ଲକ୍ଷ ୭୪ହଜାର ୧୭୩ ପକ୍ଷୀ ଆସିଥିବାବେଳେ ଚଳିତ ବର୍ଷ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ହଜାର ୯୨୯ ଆସିଛନ୍ତି ।
ପକ୍ଷୀ ଗଣନା ଅନୁଯାୟୀ ଚଳିତବର୍ଷ ପ୍ରାୟ ୫୭ହଜାର ପକ୍ଷୀ ଅଧିକ ଆସିଥିବା ଦେଖିବାକୁ ମିଳିଛି । ଏବର୍ଷ ଚିଲିକାକୁ ୨ଲକ୍ଷ ୨୯ହଜାର ନର୍ଦନ ପିଣ୍ଟେଲ ପ୍ରଜାତିର ପକ୍ଷୀ ଆସିଥିବାବେଳେ ଗଡ଼ୟେଲ ପ୍ରଜାତିର ୨ଲକ୍ଷ, ଇରେସନ ମ୍ୟୁଜିୟମ ପ୍ରଜାତିର ୧ଲକ୍ଷ ୩୦ହଜାର, ବ୍ୟାଚ ଟେଲଗଡ଼ ଓଏଟ ୧ଲକ୍ଷ ୩ହଜାର ଓ ଫ୍ଲେମିଙ୍ଗ ପ୍ରଜାତିର ୩୭୦ ପକ୍ଷୀ ଆସିଛନ୍ତି । ଏଥର ନୂଆ ବିରଳ ପ୍ରଜାତିର ୨ଟି ରିଭରଲ୍ୟାପ ଉଇଙ୍ଗ ମଧ୍ୟ ଦେଖିବାକୁ ମିଳିଛି ।
