ପୋଲିସକୁ କୋର୍ଟ ପରିଶେଷରେ ପିଟିଲେ ମହିଳା
କେନ୍ଦ୍ରାପଡ଼ା : ମହିଳା ଜଣଙ୍କ କେନ୍ଦ୍ରାପଡ଼ା କୋର୍ଟ ଥିବା ତାରିଖରେ ଆସିଥିବା ବେଳେ ଘଟିଥିଲା ଏପରି କାଣ୍ଡ! ଅଭିଯୋଗ ଅନୁଯାଇ ରାଜନଗର ଥାନା ପୋଲିସ ଅଧିକାରୀ ଜୈନିକ ମହିଳାଙ୍କୁ ଟଣା ଟଣି କରିବାରୁ ମହିଳା ଜଣଙ୍କ କୋର୍ଟ ପରିସରରେ ପୋଲିସ ଅଧିକାରୀ ଙ୍କୁ ଚାପୁଡ଼ା ମାରିଥିଲେ I ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚନ୍ଦନନଗର ବଳିଆ ଗ୍ରାମର ସଂଯୁକ୍ତା ନାଥ ଆଜି ନିଜ ଝିଅର କେଶ ତାରିଖ ଥିବାରୁ ସଂଯୁକ୍ତା ଝିଅକୁ ସାଙ୍ଗରେ ଧରି ପହଂଚି ଥିଲେ କେନ୍ଦ୍ରାପଡା ଫାମିଲି କୋର୍ଟରେ ! ପ୍ରଥମେ କୋର୍ଟ ପରିସରରେ ରାଜନଗର ଥାନା ଏସ ଆଇ ବିଜୟ ବରାଳଙ୍କ ସହିତ ସମ୍ପୃକ୍ତ ମହିଳାଙ୍କର ବଚସା ହୋଇଥିଲା । ମହିଳା ଙ୍କ କହିବା କଥା ମୋତେ ପୋଲିସ ଜଣଙ୍କ ପେଲା ଠେଲା କରିଥିଲା ତାପରେ ମୁଁ ପୋଲିସକୁ ଜୋତାରେ ବାଡେଇଛି ! ହେଲେ ଜୋତା ରେ ମାଡ ହେବା ଘଟଣାକୁ ପୋଲିସ ସମ୍ପୂର୍ଣ୍ଣ ଖଣ୍ଡନ କରିଛି ! ଏହି ଘଟଣା ପ୍ରଘଟ ହେବା ପରେ କୋର୍ଟ ପରିସର ଠାରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ! ଅନ୍ୟପକ୍ଷରେ ଟାଉନ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଂଚି ତଦନ୍ତ ହରିରଖିଛି !
