ବିନା ସରକାରୀଙ୍କ ଅଧିକାରୀଙ୍କ ଉପସ୍ଥିତରେ ଚାଲିଛି ଉଦ୍ଘାଟନ
ପୁରୀ : ପୁରୀଜିଲ୍ଲାର କେତେକ ସ୍ଥାନରେ ଏବେ ବିନା ସରକାରୀ ଅଧିକାରୀ ବିଡ଼ିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ବିନା କେତେକ ଜନହିତକର କାର୍ଯ୍ୟ ଉଦ୍ଘାଟନକୁ ନେଇ ଚର୍ଚ୍ଚା ଯୋର ଧରିଛି । ବିଶେଷକରି ବ୍ରହ୍ମଗିରି ଅଞ୍ଛଳରେ କେତେକ ସ୍ଥାନରେ ସରକାରୀ ଅର୍ଥରେ ଜନହିତକର କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ଉପସ୍ଥିତ ରହୁଥିବା ବେଳେ କେବଳ ପ୍ରଚାର ପ୍ରସାର ପାଇଁ ଜୈନିକ ନେତା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ଗତକାଲି କହଳପଦା ଠାରେ ଜଳ ସମ୍ପଦ ବିଭାଗର କେତେକ କାର୍ଯ୍ୟକ୍ରମ ଭିତିପ୍ରସ୍ତର ସ୍ଥାପନ ହୋଇଥିଲେ ମଧ୍ୟ ସେହି ବିଭାଗର ଅଧିକାରୀ ନଥିବାରୁ ତାହା ସନ୍ଦେହ ଘେରକୁ ଆସିଛି । ୧୪ମୌଜା କେନାଲରୁ ଦଳ ସଫା ହୋଇପାରୁନାହିଁ । କେବଳ ଦଳୀୟ ଭିତିକ କେତେକ ନେତା ଓ କର୍ମୀଙ୍କୁ ଧରି ଏହି ଉଦଘାଟନ କରାଯାଉଥିବାରୁ ତାହା ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି । ଜନସାଧାରଣ ନେତାଙ୍କ ଅସଲ ସର୍ୱପ ଜାଣିପାରିଥିବାରୁ ଲୋକ ଦେଖାଣିଆ କାର୍ଯ୍ୟକ୍ରମକୁ ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଛି ।
