ଶ୍ରୀମା’ ମହିଳା କଲେଜର ଷ୍ଟଡିଟୁର
ଶାମାଖୁଣ୍ଟା : ଗତ ରବିବାର ଦିନ ବାରିପଦାସ୍ଥିତ ଶ୍ରୀମା’ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗ ପକ୍ଷରୁ ରେଶମଚାଷ ଶାମାଖୁଣ୍ଟା ବ୍ଲକର ଆଳୁବଣି ଗ୍ରାମ ଅଞ୍ଚଳକୁ ଏକ “ଷ୍ଟଡିଟୁର” କାର୍ଯ୍ୟକ୍ରମରେ ୬୫ ଜଣ ଛାତ୍ରୀ ଯୋଗ ଦେଇଥିଲେ । ଏଥିରେ କଲେଜର ଅଧ୍ୟକ୍ଷ ଶ୍ରୀ ନବଟର ଗିରି, ଗୃହ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଜ୍ୟୋତ୍ସ୍ନା ପାତ୍ର, ଅଧ୍ୟାପିକା ବାସନ୍ତୀ ହାଁସଦା, ଡେମନଷ୍ଟେଟର ବୀଣାପାଣି କଲିଆ ପ୍ରମୁଖ ସଂପୃକ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ “ଟୁରିଜିମ୍ କେୟାର ହବ୍”ର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ସିଂହ ଆୟୋଜନ କରିଥିଲେ । ଉକ୍ତ ଗ୍ରାମର ୩୫ ଜଣ ପୁରୁଷ ମହିଳା ଟସର ଚାଷୀ ନିଜର ଅଭିଜ୍ଞତା, ଟସର ଚାଷର ଉପାଦୟତା ସଂପର୍କରେ ଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ ।
