ଚେତାନର ଅଗ୍ରଗତି ହେଉଛି ଜୀବନ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଦେହାଂଶ ପ୍ରତିଷ୍ଠାର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଯାଜପୁର : ଶ୍ରୀ ଅରବିନ୍ଦ ପବିତ୍ର ଦେହାଂଶ ପ୍ରତିଷ୍ଠାର ୨୮ତମ ବାର୍ଷିକ ଉତ୍ସବ ଯାଜପୁର ସ୍ଥିତ ନରଣପୁର ମାତୃସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଧ୍ୟାତ୍ମିକ ପତାକା ଉତ୍ତୋଳନ, ସମାଧି ପୀଠରେ ଧୂପ ପୁଷ୍ପ ଅର୍ପଣ, ସମବେତ ଧ୍ୟାନ, ସାଧାରଣ ସଭା ଅନୁଷ୍ଠିତ ହୋଇଛି । ରବି ପ୍ରସାଦ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ବିକାଶ ରଞ୍ଜନ ପରିଡ଼ା, ସୂର୍ଯ୍ୟକାନ୍ତ ମହାରଣା, ପ୍ରସାଦ ତ୍ରୀପାଠି, ଡ଼ଃ ଚତଃୁଭୂଜ ସାହୁ ଆନନ୍ଦ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମସ୍ୟା ବିହିନ ଜୀବନ ଉପରେ ଗୁରୁତ୍ୱାରୋପ କରି ଦେହାଂଶ ମନ୍ଦିର ଆଧ୍ୟାତ୍ମିକ ଚୂମ୍ବକ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ଅରବିନ୍ଦ ଓ ମା ହେଉଛନ୍ତି ଆଦିଶକ୍ତି ଓ ଶେଷ ଅବତାର ବୋଳି ସୂଚନା ଦେଇଥିଲେ । ମାଙ୍କର ଚୈତନ୍ୟ ମୟୀ ଶକ୍ତି ଉପରେ ଆଲୋକପାତ କରି ଜୀବନ କ’ଣ ପବିତ୍ର ଦେହାଂଶ ସମାଧିପୀଠର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହିତ ସମସ୍ୟା ବିହୀନ ଜୀବନ ସମ୍ପର୍କରେ ବିଶଦ ଆଲୋଚନା କରି ମାତୃସଦନର ଭବିଷ୍ୟତ ଉଜ୍ଜଳମୟ ଉପରେ ଆଲୋଚନା କରିଥିଲେ । ଅପା ଓ ମା ମାନେ ଅଧିକ ସଂଖ୍ୟକ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ କାମେଶ୍ୱର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କହ୍ନେଇ ଚରଣ ପୃଷ୍ଟି ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ ।
