ରାଜ୍ୟ ମିଶନଶକ୍ତି ଉପଦେଷ୍ଟା ଲେପାମୁଦ୍ରା ବକ୍ସିପାତ୍ରଙ୍କ ପିପିଲି ଗସ୍ତ
ପିପିଲି : ପିପିଲି ଗସ୍ତ କରିଛନ୍ତି ରାଜ୍ୟ ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର । ବିଶେଷ କରି ପିପିଲି ବ୍ଲକ ପରିସରରେ ଥିବା ମିଶନଶକ୍ତି କାଫେ ପରିଦର୍ଶନ କରିଥିଲେ । କାଫେରେ ମହିଳା ହାତ ତିଆରି ମାଣ୍ଡିଆ ଜୁସ୍, କଦଳି ବରା , ଉପମା, ଚଟଣୀ ଖାଇବା ପରେ କାଫେ ପରିସରର ସ୍ୱଚ୍ଛତା ଏବଂ ମହିଳା ମାନଙ୍କ କାର୍ଯ୍ୟଶୈଳୀ ଦେଖି ବେଶ ଖୁସି ହୋଇଥିଲେ । ଏହାପରେ ସେଠାରେ ମା’ ମାନଙ୍କ ଦ୍ୱାରା ଭୋଜନ କିପରି ପ୍ରସ୍ତୁତ କରାଯାଉଛି । ଏଥିରେ କେତେ ଟଙ୍କା ଲାଭ ହେଉଛି ସେ ସମ୍ପର୍କରେ ମାତୃଶକ୍ତି ମିଶନଶକ୍ତିର ସଭାନେତ୍ରୀ ସୁମିତ୍ରା ପତି, ସଂପାଦିକା ସସ୍ମିତା ପଟ୍ଟନାୟକ, ସଭ୍ୟା ସଂଯୁକ୍ତା ବାରିକ ଏବଂ ବୈଦେଇ ସାହୁଙ୍କୁ ପଚାରି ବୁଝିଥିଲେ । ପରେ କାଫେ ତିଆରି ହୋଇଥିବା ଖାଦ୍ୟର ମାନକୁ ପରଖି ବେଶ୍ ପ୍ରଶଂସା କରିଥିଲେ । ବିଏଲଏଫ ରେ ଗଛିତ ଥିବା ଅର୍ଥରୁ ସ୍ୱୟଂ ସହାୟକ ଗୋଷ୍ଠୀକୁ କିପରି ଋଣ ଦିଆଯିବ ସେ ସଂପର୍କରେ ମହିଳାଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ବିଡିଓ ରସ୍ମିତା ନାଥଙ୍କ ସହ ପିପିଲି ବ୍ଲକ ସଭାଗୃହକୁ ଯାଇ ସେଠାରେ ମିଶନ ଶକ୍ତିର କର୍ମଚାରୀ ଓ କିଛି ମହିଳାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ । ପରେ ପିପିଲି ବ୍ଲକ ଅନ୍ତର୍ଗତ ରୁପଦେଇପୁର ପଂଚାୟତର କଲ୍ୟାଣ ମଣ୍ଡପକୁ ଯାଇ ସ୍ଥନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏହା ପରେ ନିକଟସ୍ଥ ମୌଜିବେଗ ସାନପାଟଣା ଗ୍ରାମରେ ବସବାସ କରୁଥିବା କିଛି ବୁଣାକାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହ ଆଲୋଚନା କରି ସମବାୟ ସମିତି ଜରିଆରେ ଋଣ ମିଳୁଛି କି ନାହିଁ , ଜଦି ମିଳିଛି ତାହା ସଠିକ୍ ବିନିଯୋଗ ହୋଇଛି କି ନାହିଁ ତାହା ତଦାରଖ କରିଥିଲେ । ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ କିପରି ଏସ.ଏମ୍.ଇ.ଇ ରେ ପରିଣତ ହେବ ବା ମହିଳା ଉଦ୍ୟଗୀ ଉତ୍ପାଦନରେ ମହିଳାମାନେ କିଭଳି ବ୍ୟବସାୟୀକ ସୁବିଧା ସୁଯୋଗ ପାଇ ପାରିବେ ସେନେଇ ରାଜ୍ୟ ମିଶନଶକ୍ତି ଉପଦେଷ୍ଠାଙ୍କ ଏହିଗସ୍ତର ଆଭିମୁଖ୍ୟ ଥିବା ପିପିଲି ବିଡିଓ ରଶ୍ମିତା ନାଥ କହିଥିଲେ । ତେବେ ଏହି ଗସ୍ତ ସମୟରେ ପୁରୀ ଜିଲ୍ଲା ମିଶନଶକ୍ତି ଆଡିସିନାଲ ସିଓ ବବିତା ମହାପାତ୍ର, ଟେକ୍ନିକାଲ ଏକ୍ସପର୍ଟ ଭାରତୀ ମହାପାତ୍ର , ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଭାରତୀ ସାହୁ, ଓଡିଶା ଜୀବିକାମିଶନ ପୁରୀ ଜିଲ୍ଲା ପ୍ରକଳ୍ପ ପରିଚାଳକ ବନଜାକାନ୍ତ ମାହାରୀ , ପୁରୀ ଜିଲ୍ଲା ବ୍ଲକ ଲେବୁଲ ସଂଯୋଜିକା ସୈାଦାମିନୀ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।
