ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଧାନମଣ୍ଡି ଖୋଲିଲା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିରେ ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ଧାନମଣ୍ଡି ବୁଧବାର ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ସନ୍ତୋଷ କୁମାର ଦାସ ମୁଖ୍ୟ ଅତିଥି ଓ ସମିତି ସଭାପତି ବସନ୍ତ କୁମାର ରାଉତ ଯୋଗଦେଇ ଏହି ଧାନମଣ୍ଡିକୁ ମିଳିତ ଭାବେ ଉଦଘାଟନ କରିଥିଲେ । ସହକାରୀ ନିବନ୍ଧକ ଶ୍ରୀ ଦାସ ସରକାରୀ ନୀତିନିୟମ ଅନୁଯାଇ ଶାନ୍ତିଶୃଙ୍ଖଳାର ସହିତ ଏହି ଧାନମଣ୍ଡିକୁ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏରିଆ ଅଫିସର ସଚ୍ଚିଦାନନ୍ଦ ଜେନା, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର କେନ୍ଦ୍ରାପଡା ଶାଖା ପରିଚାଳକ ତାପସ ପ୍ରସାଦ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମିତିର ସମ୍ପାଦକ ସୁବୋଧ କୁମାର ଲେଙ୍କା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମୁଖ୍ୟ ଅତିଥି ଶ୍ରୀ ଦାସଙ୍କ ନିର୍ଦେଶକୁ ପାଳନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପସଭାପତି ମମତା ଜେନା, ନିର୍ଦେଶକ ଶାରଦା ପ୍ରସନ୍ନ ରାଉତ, ଶ୍ରୀଧର ସାମଲ, ମନୋରମା ସ୍ୱାଇଁ, କିଶୋର ଚନ୍ଦ୍ର ଜେନା, ଅବସ୍ତି ସେଣ, ସନ୍ତୋଷ କୁମାର ଦାସ, ଗୈାରାଙ୍ଗ ଲେଙ୍କା, ବିଶ୍ୱଜିତ ସାମଲ, ସମିତିର ସହ ସମ୍ପାଦକ ଶାରଦା ପ୍ରସନ୍ନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
