କଂସାର ପଞ୍ଚାୟତରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ପ୍ରସାଶନ ଆନୁକୁଲ୍ୟରେ କଂସାର ପଞ୍ଚାୟତରେ ଦୁଇ ଦିନ ଧରି କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ସାହସପୁର କ୍ରିକେଟ ଟିମ୍ ସହିତ ଏଣ୍ଡର କ୍ରିକେଟ ଟିମର ମୁକାବିଲା ହୋଇଥିଲା । ଏଥିରେ ସାହସପୁର କ୍ରିକେଟ ଟିମ୍ ବିଜେତା ଘୋଷିତ ହୋଇଥିଲେ । ଏହି ଉପଲକ୍ଷେ କଂସାର ପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦନା ଖଟୁଆ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରଞ୍ଜନ ରାଉତ, ଫକିର ଚରଣ ଖଟୁଅ. ସମିତି ସଭ୍ୟ ସରୋଜ ରଞ୍ଜନ ଜେନା, ପୂର୍ବତନ ସରପଞ୍ଚ ରବିନ୍ଦ୍ର ନାଥ ପଣ୍ଡା, ପଞ୍ଚାୟତ ର୍ନିବାହୀ ଅଧିକାରୀ ମାନସ ରଞ୍ଜନ ଜେନା, କେନ୍ଦ୍ରାପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ୱରୂପ ଦାସ, ଜିଆରଏସ ଥେମୁ ସୋରେନ, ସମାଜସେବୀ ଗଣେଶ୍ୱର ନାୟକ, ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି ଅମ୍ପେୟାର ଭାବେ ବ୍ରଜକିଶୋର ରାଉତ, ଅଶୋକ ମହାପାତ, ସଂଜିବ ନାୟକ, ମନୋରଞ୍ଜନ ନାୟକ, ସୁଶାନ୍ତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
