ଏମପିସି କଲେଜରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ
ବାରିପଦା : ସ୍ଥାନୀୟ ତକତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ସାତଦିନ ବ୍ୟାପି ଚାଲିଥିବା ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡାଙ୍କ ପୈରହିତ୍ୟରେ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ଜଗଦୀଶ ଚନ୍ଦ୍ର ଘଡ଼େଇ, ସମ୍ମାନୀତ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରଶାସନିକ ଉପଦେଷ୍ଟା ଡ଼ଃ ପ୍ରମୋଦ ଚନ୍ଦ୍ର ସାହୁ, ଡ଼ଃ ପ୍ରିୟବ୍ରତ ବେହେରା ଓ ରଂଜନା ରାଣୀ ସିଂ ପ୍ରମୁଖ ଯୋଗଦେଇ ସୁସ୍ଥ ଏବଂ ଶୃଙ୍ଖଳିତ ସମାଜ ଗଠନରେ ଏନଏସଏସର ଭୂମୀକା ବିଷୟରେ ଆଲୋଚନା କରିଥିଲେ । ଏନଏସଏସର ପ୍ରୋଗ୍ରାମ ଅଫିସର ଡ଼ଃ ଅନାମ ଚରଣ ରାଉଳ ଅତିଥି ପରିଚୟ ପ୍ରାନ କରିଥିବା ବେଳେ, ଡ଼ଃ ପ୍ରିୟବ୍ରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସାତଦିନ ବ୍ୟାପି ଏହି ଶିବିରରେ ୧୦୦ ଜଣ ସ୍ୱେଛାସେବୀ ଯୋଗଦାନ କରିଥିବା ବେଳେ, ସମସ୍ତ ସ୍ୱେଛାସେବୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା।
