ବାଲେଶ୍ୱର ଏମପିଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପଦାନ
ବସ୍ତା : ବାଲେଶ୍ୱର ଏମପି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହଠାତ୍ ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ତାଙ୍କୁ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତର ପରେ ଭାଜପା ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି । ଏହି ପରିପ୍ରେକ୍ଷୀରେ ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ଭାଜପା ନେତା ଜ୍ୟୋତିର୍ମୟ ନନ୍ଦଙ୍କ ଆହ୍ୱାନ କ୍ରମେ ପାଉଁଶକୁଲି ସ୍ଥିତ ଦେବୀ କାଳୀ ମନ୍ଦିରରେ ସମୂହ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ପ୍ରକାଶ ଚନ୍ଦ୍ର ମହାନ୍ତି, ନାରାୟଣ ଚନ୍ଦ୍ର ଦତ୍ତ, କାର୍ତ୍ତିକ ଚନ୍ଦ୍ର ସୁର, ଅଜିତ ଦାସ ମହାପାତ୍ର, କାହ୍ନୁ ଚରଣ ଦଣ୍ଡପାଟ, ଯୁବ ସମାଜସେବୀ ବିଶ୍ୱଜିତ୍ ଧଳ, ପୂର୍ବତନ ସମିତି ସଭ୍ୟ ଅବନ୍ତି ସେଠୀ, ଯୁବ ନେତା ସାର୍ଥକ ଦାସ, ବୁଦ୍ଧିଜୀବୀ ଅକ୍ଷୟ ଦାସ ପ୍ରମୁଖ ଉପସ୍ଥିତ ରହି ଦ୍ୱୀପ ଜାଳି ଏମ୍ପିଙ୍କ ସୁସ୍ଥ, ନିରାମୟ ଜୀବନ କାମନା କରିଥିଲେ ।
