୬ ଓ ୭ରେ ବାଲେଶ୍ୱର ଏକ୍ସପୋ ପାଇଁ ଅଡ଼ିସନ
ବାଲେଶ୍ୱର : ଆସନ୍ତା ଜାନୁଆରୀ ୨୪ ରୁ ୨୯ ସ୍ଥାନୀୟ ଆଇଟିଆଇ ପଡ଼ିଆ ଠାରେ ୬ ଦିନ ବ୍ୟାପି ଜାତୀୟ ସ୍ତରୀୟ ଶିଳ୍ପ ଓ ବାଣିଜ୍ୟ ମେଳା ଏକ୍ସପୋ ଓଡ଼ିଶା – ୨୦୨୩ ଅନୁଷ୍ଠିତ ହେବ । ଏଥିରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଇଛୁକ ପ୍ରାର୍ଥୀ ମାନଙ୍କ ପାଇଁ ଅଡ଼ିସନ ଆସନ୍ତା ୬ ଓ ୭ ଜାନୁଆରୀ ୨୦୨୩ (ଶୁକ୍ରବାର ଓ ଶନିବାର) ତାମୁଳିଆ ଓଭର ବ୍ରିଜ ଠାରେ ଥିବା ଏଲ୍ଏନ୍ପ୍ଲାଜା ପରିସରରେ ସକାଳ ୧୦ଘଟିକା ସମୟରୁ ଆରମ୍ଭ ହେବ । ଏଥିରେ ଭାଗ ନେବାକୁ ଥିବା ଇଛୁକ ପ୍ରାର୍ଥୀ ମାନେ ନିମ୍ନଲିଖିତ ଠିକଣାରେ ଯୋଗାଯୋଗ କରନ୍ତୁ:- ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଂଘ, ଉଦ୍ୟୋଗ ଭବନ, ଶିଳ୍ପାଞ୍ଚଳ (ଷ୍ଟେଟ ବ୍ୟାଙ୍କ ପାଖ) । (ବି.ଦ୍ର. – ପ୍ରତିଯୋଗୀମାନେ ନିଜ ସହ ପେନ ଡ୍ରାଇଭ ମୋବାଇଲ ନେଇକି ଆସିବେ ।)
