ସରକାର୍କା ମାଲ୍ ଦରିଆ ମେଁ ଡାଲ୍ : ୧୦ଦିନର ନୂତନ କଂକ୍ରିଟ ରାସ୍ତାକୁ ଭାଙ୍ଗିଲା ପିଏଚ୍ଡି ବିଭାଗ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ଦୁରଦୃଷ୍ଟି ଅଭାବରୁ ନୀଳଗିରିରେ ଚାଲିଛି ଦୁଇ ବିଭାଗର ବିଚିତ୍ର ନୀତି । ନୀଳଗିରି ପୂର୍ତ୍ତ ବିଭାଗ ଓ ପିଏଚ୍ଡି ବିଭାଗର ସମନ୍ୱୟର ଅଭାବ ଯୋଗୁଁ ଅଳ୍ପଦିନ ତଳେ ନୀଳଗିରି ଦୁର୍ଗାମଣ୍ଡପ ଠାରୁ ନୀଳଗିରି ବାଇପାସ୍ ପର୍ଯ୍ୟନ୍ତ ୪ଲେନ ରାସ୍ତା ସହ ଡ୍ରେନ ଏବଂ ଡିଭାଇଡର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ନୀଳଗିରି ପିଏଚ୍ଡି ବିଭାଗ ପକ୍ଷରୁ ବାଇପାସ ଠାରୁ ଏଏସି ଅଫିସ ପର୍ଯ୍ୟନ୍ତ ପାଇପ ଲାଇନ ପକାଇବା ପାଇଁ ୧୦ଦିନ ତଳେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାକୁ ଭାଙ୍ଗି ଦେଇଥିବା ଘଟଣା ସରକାରୀ ଅର୍ଥର ଦୁରୁପଯୋଗ ହେଉଥିବାର ସାଧାରଣରେ ଆଲୋଚନା ।
ସୂଚନା ଯେ, ବାଇପାସ୍ ଠାରୁ ଦୁର୍ଗାମଣ୍ଡପ ପର୍ଯ୍ୟନ୍ତ ରାସ୍ତା ସାଇଡ୍ରେ ପାଣି ପାଇପ ଲାଇନ ପାଇଁ ଆଜକୁ ପ୍ରାୟ ୮ମାସ ପୂର୍ବରୁ ଟେଣ୍ଡର କରାଯାଇଥିବା ବେଳେ ନୀଳଗିରି ପିଏଚ୍ଡି ବିଭାଗ ଏ ପର୍ଯ୍ୟନ୍ତ କଣ ପାଇଁ କାର୍ଯ୍ୟ କରି ନ ଥିଲା । ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣଧୀନ କଂକ୍ରିଟ ରାସ୍ତାର ସମ୍ପୃକ୍ତ ଠିକାଦାରଙ୍କୁ ବିଲ ପୈଠ କରାଯାଇଥିବା ବେଳେ ମାତ୍ର ୧୦ଦିନ ପରେ ଉକ୍ତ କଂକ୍ରିଟକୁ ଭାଙ୍ଗି ପୁଣି ତାହାକୁ ମରାମତି ପାଇଁ ରାଜ୍ୟ ରାଜକୋଷରୁ ଅର୍ଥଭରଣ କରିବା ଠିକ୍ ସରକାରକା ମାଲ ଦରିଆ ମେଁ ଡାଲ ସଦୃଶ । ଉକ୍ତ ରାସ୍ତାର ପୂର୍ତ୍ତ ବିଭାଗ ବିଲ୍ ପୈଠ କରିଥିବା ବେଳେ ପିଏଚ୍ଡି ବିଭାଗ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ବିଲ୍ କରିବା କେତେ ଦୂର ଯଥାର୍ଥ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ୮ମାସ ପୂର୍ବରୁ ପାଇପ୍ ବିଛାଇବା ପାଇଁ ଟେଣ୍ଡର ହୋଇଥିବା ବେଳେ ପୂର୍ତ୍ତ ବିଭାଗ କାମ ପୂର୍ବରୁ କ’ଣ ପାଇଁ ପାଇପ୍ ପକା ଯାଇ ନ ଥିଲା । ଏହା ଠିକାଦାରଙ୍କୁ ସୁହାଇଲା ଭଳି କାର୍ଯ୍ୟ କରାଯାଉଥିବାରୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
