ହକି ବିଶ୍ୱକପ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିରୋଧୀ ଦଳର ନେତା : ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର : ହକି ବିଶ୍ୱକପ ମାମଲାକୁ ନେଇ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି । ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ସେ ଆହୁରି କହିଛନ୍ତି, ପ୍ରଚାରପ୍ରସାରକୁ ଦେଖି ଲାଗୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଠି ବଡ଼ ହେଇ ଯାଇଛନ୍ତି, ହକି ଫେଡେରେସନ ଗୌଣ ହେଇଯାଇଛି । ଗତଥର ହକି ବିଶ୍ୱକପ ଓଡ଼ିଶା ଆୟୋଜନ କରିଥିଲା । ପୁଣି ଚଳିତ ବର୍ଷ ଆୟୋଜନ କରିବାର କଣ ଆବଶ୍ୟକ ଥିଲା? ହକି ଫେଡେରେସନ ଆୟୋଜନ କରିବା କଥା କେବଳ ଓଡ଼ିଶା ସରକାର ସମର୍ଥନ କରିବା କଥା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଅପପୁଷ୍ଟିର ଭୟଙ୍କର ସ୍ଥିତି ରହିଛି । ଓଡ଼ିଶାରେ ଭିଟାମିନ ଚାଉଳ ମିଳୁନି । ଏପରି ସ୍ଥିତିରେ କାହିଁକି ବାରମ୍ବାର ହକି ବିଶ୍ୱକପ ଆୟୋଜନ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ । ଯଦି ବାସ୍ତବରେ ସରକାରଙ୍କ ହକି ପ୍ରୀତି ଅଛି ତେବେ କାହିଁକି ଆଜି ପର୍ଯ୍ୟନ୍ତ ରାଜ୍ୟରେ ହକି ଭିତ୍ତିଭୂମି ସୁଦୃଢ଼ ହୋଇ ପାରିନି । ସିନିୟର ଟିମରେ କାହିଁକି ଧୀରେ ଧୀରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା କମୁଛି । ଜୁନିଅର ଟିମରେ ବି ସ୍ଥିତି ଖରାପ । ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମ ଉଦଘାଟନ ନାଁରେ ରାଜନୀତି ନ କରନ୍ତୁ । ହକି ଆୟୋଜନ ନାଁ ରେ ଦଳୀୟ ପ୍ରଚାର ପ୍ରସାର କରାନଯାଉ ବୋଲି ସେ ପରାମର୍ଶ ଦେଇଛନ୍ତି ।
