ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଏମ୍ସ ଅଣାଗଲା
ଭୁବନେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଅଧିକ ଚିକିତ୍ସା ପାଇଁ ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ଥିତ ଏମ୍ସ ଅଣାଯାଇଛି । ଉଲ୍ଲେଖନୀୟ ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଅସୁସ୍ଥ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା । ଫକିର ମୋହନ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରିଥିଲେ । ସୂଚନା ଅନୁଯାୟୀ ଗତ ୨୯ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ୍ ର ନବୀକରଣ କାମର ଶିଳାନ୍ୟାସ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶ୍ରୀ ଷଡଙ୍ଗୀ । ପରେ ସେ ପୁରୀ-ଜଳେଶ୍ୱର ଏମ୍ଇଏମ୍ୟୁ ଟ୍ରେନ୍ ରେ ବାଲେଶ୍ୱର ଫେରିଥିଲେ । ସେହି ଦିନ ସେ ଅସୁସ୍ଥ ହୋଇଥିଲେ । ତାଙ୍କୁ ଥଣ୍ଡା ଓ ଜ୍ୱର ହୋଇଥିଲା । ଡାକ୍ତରଙ୍କ ପରାମର୍ଶରେ ସେ ମେଡ଼ିସିନ୍ ଖାଇଥିଲେ । ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା । ଆଜି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଫକିର ମୋହନ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା ।
